News
WhatsApp Image 2023-10-04 at 17.25.00
samparksetu

ଜି ଏମ ଆଇରନ ପ୍ଲାଣ୍ଟ ରେ ଭୟଙ୍କର ବିସ୍ଫୋରଣ, ୪ ଗୁରୁତର ୨ ଆହତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରା ଘାଟି ଫାଣ୍ଡି ଅନ୍ତର୍ଗତ ଗେଙ୍ଗୁଟିଆ ପଞ୍ଚାୟତର କୁଲେ଼ଇ ଗ୍ରାମରେ ଅବସ୍ଥିତ ଜି ଏମ ଆଇରନ ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ କମ୍ପାନୀ ଲିମିଟେଡ ରେ ଆଜି ଅପରାହ୍ନ ୩ ଘଟିକା ସମୟରେ ୩ ନମ୍ବର ଫର୍ନେସ ରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।

ଏହି ବିସ୍ଫୋରଣ ରେ ୬ ଜଣ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତ ଗୁରୁତର ମାନଙ୍କୁ ଅନୁଗୁଳ ଜିଲ୍ଲା ବଅଁରପାଳ ର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। କାରଖାନାରେ ଦୁର୍ଘଟଣା କୁ ନେଇ କୌଣସି ହିଂସା ପରିସ୍ଥିତି ନ ଉପୁଜିବା ପାଇଁ ପରଜଙ୍ଗ ପୋଲିସ ପକ୍ଷରୁ କମ୍ପାନୀ କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଏଥିରେ କାମାକ୍ଷାନଗର ଏସ ଡି ପି ଓ, ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଏବଂ ଦଦରା ଘାଟି ଫାଣ୍ଡି ଅଧିକାରୀ ଶକ୍ତି ପ୍ରସାଦ ସାହୁ ପ୍ରଭୃତି ସଦଳବଳେ କାରଖାନାକୁ ସୁରକ୍ଷା ଦେବାପାଇଁ ଭିତରେ ଉପସ୍ଥିତ ଥିଲେ।

ହେଲେ ପ୍ରଶାସନିକ ସ୍ତରରେ କୌଣସି ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ନଥିଲେ। ବହୁବାର ସାଧାରଣ ଜନତା ଅଭିଯୋଗ କରୁଥିଲେ ମଧ୍ୟ ତାଙ୍କ ଅଭିଯୋଗ କୁ ସ୍ଥାନୀୟ ପ୍ରଶାସନ , ଜିଲ୍ଲା ପ୍ରଶାସନ ଏବଂ ସରକାର ମନମୁଖୀ କାର୍ଯ୍ୟ ଚଳାଇଛନ୍ତି । କାରଖାନାର ଯନ୍ତ୍ରପାତି ବହୁ ପୁରୁଣା ହୋଇଯାଇଥିଲେ ମଧ୍ୟ ଖରାପ ହେଲେ ନୂଆ ନ ବଦଳାଇ ରେପାଇରିଁ କରି କାରଖାନା ଚଳଯାଉଛି। ଯାହାଫଳରେ ବାରମ୍ବାର ଦୁର୍ଘଟଣା ଦେଖିବାକୁ ମିଳୁଛି।ଏଥିରେ ପ୍ରଦୂଷଣ ବିଭାଗର ଭୂମିକା ସନ୍ଦେହ ଘେରରେ। ଆହତ ବ୍ୟକ୍ତିମାନେ ହେଲେ ଆଦିତ୍ୟ ଭୁତିଆ ( ତାଳଚେର) , ମନୋଜ କେଶି ( ଭଦ୍ରକ) , ଚିନ୍ମୟ ମହକୋଡ ( ଭଦ୍ରକ) , ବିମ୍ବାଧର ବେହେରା , ବଂଶୀଧର ଧଳ ଏବଂ ସୁଶିଲ ସାହୁ ( ଅନୁଗୋଳ, କିଶୋରନଗର) ।ଏମାନଙ୍କ ବୟସ ୩୦ ରୁ ୩୫ ବର୍ଷ ବୋଲି ଅନୁମାନ କରାଯାଉଛି।

new life
You might also like
error: Content is protected !!