News
WhatsApp Image 2023-10-04 at 17.25.00
samparksetu

ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା ; ପ୍ରେମିକ ମୃତ ,ପ୍ରେମିକା ଗୁରୁତର

ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗ୍ରାମରେ ଅଘଟଣ ,ପ୍ରେମରେ ଅସଫଳ ହୋଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, ପ୍ରେମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଅରାତଇଲା ଗ୍ରାମ ନିକଟ ଆମ୍ବଗଛ ଆମୂହତ୍ୟା ଉଦ୍ୟମ କରିଥିଲେ ପ୍ରେମୀ ଯୁଗଳ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ କରିଥିବା ସୂଚନା ।ମୃତ ପ୍ରେମିକ ଗୋବିନ୍ଦପୁର ଗ୍ରାମର କାହ୍ନୁ ଚରଣ ମହାପାତ୍ର (୨୫) ପ୍ରେମିକା ଜଣକ ବଳଦିଆବନ୍ଧ ଗ୍ରାମର ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ବଳଦିଆବନ୍ଧ ନୂଆ ସାହିର ଯୁବତୀଙ୍କୁ ଭଲ ପାଉଥିଲେ। ତେବେ କୌଣସି କାରଣ ବଶତଃ ଉଭୟ ନୂଆସାହି ଆମ୍ବ ତୋଟାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସଦର ଥାନା ଗୋବିନ୍ଦ ପୁର ଫାଣ୍ଡି ପୁଲିସର ତଦନ୍ତ ଆରମ୍ଭ କରିଛି। କେଉଁ କାରଣ ପାଇଁ ଉଭୟ ଆତ୍ମହତ୍ୟା କରୁଥିଲେ ତାହା ଅସ୍ପଷ୍ଟ ରହିଛି। ଏନ୍ୟପଟେ ମୃତ ଯୁବକଙ୍କ ବଡ଼ ଭାଇ ପ୍ରଭାତ କୁମାର ମହାପାତ୍ର ହତ୍ୟା ଅଭିଯୋଗ ଆଣିଛନ୍ତି ।

new life
You might also like
error: Content is protected !!