News
WhatsApp Image 2023-10-04 at 17.25.00
samparksetu

ଟ୍ରକକୁ ପଛରୁ ଧକ୍କାଦେଲା ପିକଅପ୍ ଭ୍ୟାନ , ଚାଳକ ମୃତ

ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ନିକଟ ୫୫ନଂ ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କାଦେଇ ପିକଅପ୍ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସଦର ଥାନା ପାଇକଦହିଖୋର ଗାଁର ଅରୁଣ ବେହେରା । ସେ କୁକୁଡ଼ା ବ୍ୟବସାୟ କରିଥାନ୍ତି। ବୁଧବାର ଭୋରୁ ତାଙ୍କ ପିକଅପ ଗାଡିରେ କୁକୁଡା ଆଣି ଢେଙ୍କାନାଳ ସହରର ବିଭିନ୍ନ କୁକୁଡା ଦୋକାନରେ ଦେଇଥିଲେ ।

ଫେରିବା ବେଳେ ସକାଳ ସାଢେ ୫ଟାରେ ଗୋବିନ୍ଦପରୁ ନିକଟରେ ରାସ୍ତାକଡରେ ଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ପିକଅପ ଭ୍ୟାନଟିର ସମ୍ମୁଖ ପାର୍ଶ୍ଵ ଭାଙ୍ଗିରୁଜି ଯିବା ସହ ଅରୁଣଙ୍କୁ ଶକ୍ତ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଲୋଲିସ ମାମଲା ରୁଜୁ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାଯାଇଛି ।

new life
You might also like
error: Content is protected !!