News
WhatsApp Image 2023-10-04 at 17.25.00
samparksetu

ଧାର କରଜ ଅସହ୍ୟ ହେବାରୁ ବିଷ ପିଇଲେ ଦମ୍ପତି

ଆଉ ବିଷ ପିଇ କରି ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି । ଫଳରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ପତ୍ନୀକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ , ଢେଙ୍କାନାଲ ସଦର ଥାନା ଅନ୍ତର୍ଗତ ଗୋହିରା ଖାଲ ଗ୍ରାମର ବିରଞ୍ଚି ନାୟକ ଓ ପତ୍ନୀ ରଞ୍ଜୁ ବାଳା ନାୟକ ଶୁକ୍ରବାର ଦିନ ମୋଟଙ୍ଗା ଥାନା ନାଧରା ରାମଚଣ୍ଡୀ ପୀଠକୁ ବୁଲିବାକୁ ଯାଇ ଆଉ ଫେରିନଥିଲେ ।

ଶନିବାର ସକାଳେ ଉଭୟ ରାମଚଣ୍ଡି ପୀଠରେ ମୁର୍ମୁଷୁ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ତେବେ ଋଣ ସୁଝିପାରୁ ନ ଥିବାରୁ ଗତ କିଛିଦିନ ହେବ ଉକ୍ତ ଦମ୍ପତି ଚିନ୍ତାରେ ଥିଲେ ବୋଲି ପ୍ରକାଶ କରିଛନ୍ତି ତାଙ୍କ ସମ୍ପର୍କୀୟ।

new life
You might also like
error: Content is protected !!