News
WhatsApp Image 2023-10-04 at 17.25.00
samparksetu

ନିଶାମୁକ୍ତ କେନ୍ଦ୍ରରେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ

ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଆମ୍ବବାହାଳୀ ଚେତନା ସହାୟ ନିଶାମୁକ୍ତ କେନ୍ଦ୍ରରେ ଆଜି ଜଣେ ଅନ୍ତେବାସୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଓଡ଼ାପଡ଼ା ଗ୍ରାମର ସଞ୍ଜୟ ପୃଷ୍ଟି (୫୦) ବୋଲି ଜଣାପଡିଛି। ଆଜି ସକାଳେ ଚା’ ପିଇସାରିବା ପରେ ହଠାତ ଟଳିପଡିଥିବା କର୍ତ୍ତୃପକ୍ଷ କହିଛନ୍ତି । ହେଲେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ତାଙ୍କ ସ୍ତ୍ରୀ ନମିତା ପୃଷ୍ଟି ଏନେଇ ଗଁଦିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ମୃତ ସଞ୍ଜୟ ପ୍ରଚୁର ନିଶାସେବନ କରୁଥିଲେ ।ତେଣୁ ପରିବାର ଲୋକେ ତାଙ୍କୁ ଗତ ୧୧ ତାରିଖରେ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ । ହେଲେ କେନ୍ଦ୍ରରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା । ଏପରିକି ଘର ଲୋକଙ୍କ ସହ କଥା ହେଲା ମଧ୍ୟ କର୍ତ୍ତୃପକ୍ଷ ପାଟି କରୁଥିଲେ ।

new life
You might also like
error: Content is protected !!