ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଷଡ଼ଙ୍ଗୀ ବନଖଣ୍ଡ ଅନ୍ତର୍ଗତ ଆରୁହଁ। ଗାଁରେ ହାତୀ ଆକ୍ରମଣରେ ଜଣେ ନାବାଳକ ର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ କାଶୀପୁର ଗାଁର ପାପୁ ମଲ୍ଲିକ (୧୫) ।
ସୂଚନା ଅନୁଯାୟୀ , ପପୁ ନିଜ ମାମୁଁ ଘର ଆରୁହଁ। ଖରାଛୁଟିରେ ବୁଲିବାକୁ ଆସି ,ଗାଁ ନିକଟରେ ଏକ କାଜୁ ବଗିଚାକୁ କାଜୁ ତୋଳିବାକୁ ଯାଇଥିବା ବେଳେ ସେଠାରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।