News
WhatsApp Image 2023-10-04 at 17.25.00
samparksetu

ଦୃଢ଼ ମନୋବଳ ଆଗରେ ହାର ମାନିଛି ଭିନ୍ନକ୍ଷମତା,ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପାଠ ପଢିଲେ ଅଶ୍ରୁମୋଚନ

ଦୃଢ ମନୋବଳ ଆଗରେ ହାର ମାନିଛି ଭିନ୍ନକ୍ଷମତା । ସେହି ଦୃଢ଼ ମନୋବଳ ଓ ଇଛାଶକ୍ତି ବଳରେ ସଫଳତା ପାଇ ଡାକ୍ତରୀ ପାଠ ପଢିଛନ୍ତି ଭିନ୍ନକ୍ଷମ ଛାତ୍ର ଅଶ୍ରୁମୋଚନ । ଅଶ୍ରୁମୋଚନ ନାୟକ ଜନ୍ମରୁ ଜଣେ ଭିନ୍ନକ୍ଷମ । ତାଙ୍କ ବାପାଙ୍କ ନାମ ବିଜୟ କୁମାର ନାୟକ ଓ ମାତାଙ୍କ ନାମ ବିରଞ୍ଜିନି ନାୟକ । ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କରମୁଳ ଆମ୍ବପଡା ଗ୍ରାମରେ ତାଙ୍କ ନିଜ ଘର ହୋଇଥିବା ବେଳେ ସେ ଢେଙ୍କାନାଳ ସହର କଂଟାନାଳି ବାଇପାସ୍ ଅଂଚଳରେ ରହୁଛନ୍ତି ।

ଅଶ୍ରୁମୋଚନ କହିବାକୁ ଗଲେ ଜନ୍ମବେଳେ ଭିନ୍ନକ୍ଷମ ହୋଇ ଜନ୍ମ ନେଇଥିଲେ । ସେଥିପାଇଁ ତାଙ୍କୁ ଛୋଟ ବେଳୁ ଜଗା ବୋଲି ଡାକନ୍ତି । ପରିବାର ଲୋକେ ତାଙ୍କର ବଂଚିବା ଆଶା ଛାଡିି ଦେଇଥିଲେ । ଛୋଟରୁ ବାପା ମା ସେବା କରି ୫ବର୍ଷ ବୟସରେ ବାଙ୍ଗାଲୋର ସତ୍ୟସାଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ୨୦୦୯ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ସେଠାରେ ଚିକିତ୍ସା କରାଇଥିଲେ । ମା ବିରଞ୍ଜିନି ନାୟକ ଓ ବାପା ବିଜୟ କୁମାର ନାୟକ ବହୁ ଘାତ ପ୍ରତିଘାତ ସହି ପୁଅକୁ ଚିକିତ୍ସା କରାଇଥିଲେ ।

ବିଭିନ୍ନ ପ୍ରକାର ଚିକିତ୍ସା କରିବା ପରେ ଅଶ୍ରୁମୋଚନର ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା । ସତ୍ୟସାଇ ଚିକିତ୍ସାଳୟରେ ରହିବା ସମୟରେ ଅଶ୍ରୁମୋଚନ ଜଣେ ଡାକ୍ତର ହେବେ ବୋଲି ଲକ୍ଷ୍ୟ ରଖିଥିଲେ । ସେହି ଲକ୍ଷ୍ୟ ଓ ଇଛାଶକ୍ତି ଆଜି ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଁଚାଇ ଦେଇଛି । ଚିକିତ୍ସା ହୋଇ ଆସିବା ପରେ ଡାକ୍ତର ମାନଙ୍କର ପରାମର୍ଶ ଅନୁଯାୟୀ ପିତାମାତା ତାଙ୍କୁ ସୁକିନ୍ଦା ସ୍ଥିତ ଏକ ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ ସେ ୧୦ମ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖି ଉତିନ୍ନ ହେଲେ । ପରେ ଢେଙ୍କାନାଳ ଡିପିଏସ୍ ନାମ ଲେଖାଇ ସ୍କୁଲରୁ ୯୦ ପ୍ରତିଶତ ରଖି ଦ୍ୱାଦଶ ପାସ କଲେ । ଅଶ୍ରୁ ମୋଚନ ନିଜେ ଅନଲାଇନ ମାଧ୍ୟମରେ ପାଠପଢି କଠିନ ପରିଶ୍ରମ କରି ପ୍ରଥମ ଆଟେମ୍ପ୍ଟରେ ସର୍ବଭାରତୀୟ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢିବା ପାଇଁ ମନୋନିତ ହୋଇଥିଲେ । ସେ ଏବେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ଅଶ୍ରୁମୋଚନ ବାମ ହାତରେ ଲେଖୁଥିବା ବେଳେ ଭଲ ଚିତ୍ରା ଆଙ୍କନ୍ତି ।

ଏ ସମ୍ପର୍କରେ ଅଶୃମୋଚନ ନିଜ ପ୍ରତିକ୍ରିୟାରେ କୁହନ୍ତି, ମୁଁ ସତ୍ୟସାଇ ହସପିଟାଲରେ ରହିବା ସମୟରେ ଡାକ୍ତରମାନଙ୍କର ଚିକିତ୍ସା ଦେଖି ମୋର ଛୋଟବେଳୁ ଜଣେ ଡାକ୍ତର ହେବି ବୋଲି ଲକ୍ଷ୍ୟ ରହିଥିଲା । ଇଛାଶକ୍ତି ଓ ଦୃଢ ମନୋବଳ ଯୋଗୁ ଆଜି ମୁଁ ସଫଳତା ହାସଲ କରିଛି ।

ମୁଁ ସର୍ବଭାରତୀୟ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ନାମ ଲେଖାଇଛି । ମୁଁ ଜଣେ କାର୍ଡିଓଲୋଜି ସ୍ପେଶିଆଲିଷ୍ଟ ହେବାକୁ ଇଛା ରଖିଛି । ମୋର ପ୍ରେରଣା ହେଉଛନ୍ତି ସାଇବାବା । ବାପା ମାଙ୍କର ସଂଘର୍ଷ ଓ ମୋର ବଡ ଭଉଣୀ ବିଷ୍ଣୁପ୍ରିୟା ନାୟକଙ୍କର ମୋ ପାଇଁ ଅବଦାନ । ଭିନ୍ନକ୍ଷମ ହେଲେ ବି ଦୃଢ ମନୋବଳ ଥିଲେ ସେ ସକ୍ଷମ ହୋଇପାରିବ ଅଶ୍ରୁମୋଚନ କୁହନ୍ତି ।

new life
You might also like
error: Content is protected !!