News
WhatsApp Image 2023-10-04 at 17.25.00
samparksetu

ବ୍ୟାଙ୍କିଙ୍ଗ ସେବାରେ ପ୍ରତିବନ୍ଧକ ସାଜିଛି ପାର୍କିଂ ବ୍ୟବସ୍ଥା

ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି ପାର୍କିଂ ବ୍ୟବସ୍ଥା । ଗଁଦିଆ ବ୍ଲକର ପ୍ରମୁଖ କେନ୍ଦ୍ର ବଣିଆପଡା ଛକ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖାଟି ପ୍ରାୟ ୭ବର୍ଷ ହେବ ଏଠାରେ କାର୍ଯ୍ୟ କରୁଅଛି ଏହାର ମୁଖ୍ୟ ସମସ୍ୟା ହେଉଛି ପାର୍କିଂ ବ୍ୟବସ୍ଥା ।

ଏଠାରେ ପାର୍କିଂ ର ସେପରି କୌଣସି ସୁବିଧା ନଥିବାରୁ ଛୋଟ ବଡ଼ ଯାନ ଠାରୁ ଆରମ୍ଭ କରି ଦୁଇ ଚକିଆ ଯାନ ରଖିବାରେ ଅସୁବିଧା ହେଉଛି । ଉକ୍ତ ବ୍ୟାଙ୍କ ଶାଖା କାର୍ଯ୍ୟ।ଳୟଟି ଉପର ମହଲାରେ ରହିଅଛି କିନ୍ତୁ ଏହାର ସମ୍ମୁଖ ତଳ ଭାଗରେ ସେପରି ବଡ଼ ସ୍ଥାନ ନଥିବାରୁ ଯାନବାହାନ ରଖିବାରେ ଅନେକ ସମୟରେ ସାଧାରଣ ଜନତା ଅସୁବିଧାର ସମୁଖୀନ ହେଉଥିବାର ଦେଖିବାକୁ ମିଳୁଅଛି ।

ପ୍ରତିଦିନ ସରକାରୀ ସଂସ୍ଥା ଠାରୁ ଆରମ୍ଭ କରି ଘରୋଇ ସଂସ୍ଥା ଗୁଡିକ ତାଙ୍କର ଆର୍ଥିକ କାରବାର ସମ୍ପାଦନା କରିଥାନ୍ତି ତତ ସହିତ ପ୍ରତିଦିନ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଜନସାଧାରଣ ମାନେ ବହୁଳ ମାତ୍ରାରେ ଉକ୍ତ ଶାଖା ସହିତ ସଂଶ୍ଲିଷ୍ଟ ରହି ଟଙ୍କା ଜମା କରିବା ଠାରୁ ଆରମ୍ଭ କରି ଜମା ଉଠାଣ କରିଥାନ୍ତି । ବିଶେଷ କରି ଦୂର ଦୁରାନ୍ତ ଅଂଚଳ ମାନଙ୍କରୁ ଆସୁଥିବା ଜନତା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ସଦସ୍ୟା ମାନେ ଏହି ପାର୍କିଂ ସମସ୍ୟାର ସମୁଖୀନ ଅନେକ ସମୟରେ ହୋଇଥାନ୍ତି ।

ବର୍ତମାନ ଉକ୍ତ ବ୍ଲକ ଦେଇ ଯାଇଥିବା ମୁଖ୍ୟ ରାସ୍ତାଟିର ଉଭୟ ପାର୍ଶ୍ଵର ପ୍ରସସ୍ତି କରଣ କାର୍ଯ୍ୟ ଚାଲିଥିବା ଯୋଗୁ ଉକ୍ତ ଶାଖାର ସମ୍ମୁଖ ରେ ଥିବା ସ୍ୱଳ୍ପ ଜାଗା ସଂକୁଚିତ ହେବାକୁ ଯାଉଛି । ଯାହାକି ଆଗାମୀ ଦିନରେ ଏକ ବଡ଼ ଧରଣର ପାର୍କିଂ ସମସ୍ୟା ହେବାକୁ ଯାଉଅଛି । ବର୍ତମାନ ଏହି ସ୍ଥାନରେ ଜାନ ବାହାନା ରଖିବାକୁ ଆଖି ଦୃଶିଆ ପାର୍କିଂ ଜାଗା ନଥିବାରୁ ଅନେକ ସମୟରେ ଉକ୍ତ ବ୍ୟାଙ୍କ ଶାଖାକୁ ଆସୁଥିବା ଜନସାଧାରଣ ମାନେ ଅନ୍ୟ ସ୍ଥାନ ମାନଙ୍କରେ ନିଜର ଯାନବାହାନ ରଖିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଉକ୍ତ ଯାନ ଚୋରି ହୋଇଯିବାର ସମ୍ଭାବନା ମଧ୍ୟ ରହିଛି ।

ପ୍ରତିଦିନ ଉକ୍ତ ଶାଖାରେ କୋଟି କୋଟି ଟଙ୍କାର ଅର୍ଥ କାରବାର ହେଉଥିବା ସ୍ଥଳେ କିନ୍ତୁ ସେହିପରି କୌଣସି ସୁରକ୍ଷିତ ପାର୍କିଂ ବ୍ୟବସ୍ଥା ନଥିବାକୁ ଅନେକ ସମୟରେ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଛି , କେବେ ବିଭାଗୀୟ କର୍ତ୍ତୃପକ୍ଷ ଉକ୍ତ ପାର୍କିଂ ସମସ୍ୟାର ସମାଧାନ କରିବେ ଦେଖିବାକୁ ବାକି ରହିଲା ।

new life
You might also like
error: Content is protected !!