News
WhatsApp Image 2023-10-04 at 17.25.00
samparksetu

ଶିକ୍ଷକ ଅଭାବରୁ ସ୍କୁଲରେ ପକାଇଲେ ତାଲା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବରଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ଫଳରେ ଛାତ୍ର ଛାତ୍ରୀ ପାଠ ପଢ଼ାରେ ନାହିଁ ନଥିବା ଅସୁବିଧା ଦେଖା ଦେଇଛି । ଯାହାକୁ ନେଇଁ ଅବିଭାବକ ଓ ଛାତ୍ର ଛାତ୍ରୀ ମହଲରେ ଅସନ୍ତୁଷ୍ଟ ଦେଖା ଦେଇଛି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ ଏଠି ୨୯୩ ଛାତ୍ର ଛାତ୍ରୀ ରହିଛନ୍ତି,ଛାତ୍ର ୧୬୩ ଥିବା ବେଳେ ୧୩୦ ଛାତ୍ରୀ ପଢୁଛନ୍ତି।

ଏଠାରେ ମୋଟ ୪ଜଣ ଶିକ୍ଷକ ରହିଛନ୍ତି ।ଫଳରେ ଛାତ୍ର ଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୨୯୩ଜଣ ଛାତ୍ର ଛାତ୍ରୀ ପାଇଁ ଆବଶ୍ୟକ ଶିକ୍ଷକ ନାହିଁ । ଯାହା ଫଳରେ କି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧାରରେ । ଯେତେଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ପଦବୀ ପୂରଣ ନହେବ ଛାତ୍ର ଛାତ୍ରୀ ଓ ଅବିଭାବକ ସମସ୍ତେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ କରି ଧାରଣାରେ ବସିବେ ବୋଲି ଗତକାଲି ଚେତାବନୀ ଦେଇଥିଲେ ଅବିଭାବକ ।

ମଧ୍ୟାହ୍ନ ୧୨ଟା ରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ନାୟକ ଉପସ୍ଥିତ ହୋଇ ତୁରନ୍ତ ଜଣେ ଶିକ୍ଷକ ନିଯୁକ୍ତି ଦେବା ସହିତ ଖୁବ୍ ଶୀଘ୍ର ଆଉ ଜଣେ ଶିକ୍ଷକ ନିଯୁକ୍ତି ଦେବେ, ଯୋଉ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ଦେବେ ନାହିଁ ସେ ପର୍ଯ୍ୟନ୍ତ ଦରକାର୍ ପଡ଼ିଲେ ନିଜେ ଶିକ୍ଷା ଅଧିକାରୀ ବିଦ୍ୟାଳୟ ରେ ଅବସ୍ଥିତ ରହି ପାଠ ପଢାଇବେ ବୋଲି ପ୍ରତିଶ୍ରୁତି ଦେଇ ସ୍କୁଲ ଫାଟକ ରେ ପଡ଼ିଥିବା ତାଲା କୁ ଖୋଲି ଶିକ୍ଷାନୀତି ଓ ମଧ୍ୟାହ୍ନ ଭୋଜନ କାର୍ଯ୍ୟ ଆରମ୍ଭ କରାଇଥିଲେ ।

new life
You might also like
error: Content is protected !!