News
WhatsApp Image 2023-10-04 at 17.25.00
samparksetu

ବିଲକୁ ଧାନ ଜଗିବାକୁ ଯାଇଥିବା ସମୟରେ ଆକ୍ରମଣ କଲା ଦନ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିରିଖୁଣ୍ଟି ଗାଁର ଛବି ଦେହୁରୀ (୫୫) ଗତକାଲି ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ , ଛବି ଗତକାଲି ସନ୍ଧ୍ୟାରେ ନିଜ ବିଲକୁ ଧାନ ଜଗିବାକୁ ଯାଇଥିବା ସମୟରେ ଏକ ଦନ୍ତା ହାବୁଡ଼ରେ ପଡିଥିଲେ । ଦନ୍ତାଟି ତାଙ୍କୁ ଆକ୍ରମଣ କରିଥିବା ବେଳେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଭାବରେ କଟକ ସ୍ଥାନାନ୍ତରିତ କରାଯାଇଥିବାର ଜଣା ପଡ଼ିଛି ।

new life
You might also like
error: Content is protected !!