News
WhatsApp Image 2023-10-04 at 17.25.00
samparksetu

ଭିତ୍ତିଭୂମି ସତ୍ତ୍ବେ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ରୁ ବଞ୍ଚିତ ଗଁଦିଆ !

ଢେଙ୍କାନାଳ ଜିଲାରୁ ଅନ୍ୟତମ ବ୍ଲକ ମୁଖ୍ୟାଳୟ ହେଲା ଗଁଦିଆ ଏହା ଜିଲ୍ଲା ମୁଖ୍ୟାଳୟଠାରୁ ଉତ୍ତର ଦିଗରେ ୩୦ କି.ମି, ଦୂରରେ ଅବସ୍ଥିତ । ବ୍ରାହ୍ମଣୀ ନଦୀରେ ବାଜିରାଉତ ସେତୁ ହେବା ପରେ ଗଁଦିଆରୁ ଭୁବନ ବିଜ୍ଞାପିତ ଅଞ୍ଚଳର ଦୂରତ୍ବ ମାତ୍ର ୧୫ କି.ମି. ।

୩୦ କି.ମି. ଦୂରରେ ଢେଙ୍କାନାଳ ଠାରେ ଏହା ୫୫ନଂ ଜାତୀୟ ରାଜପଥକୁ ଛୁଇଁଥିବା ବେଳେ ୧୫ କି.ମି ଦୂର ଭୁବନଠାରେ ୫୩ ନଂ ଜାତୀୟ ରାଜପଥକୁ ସ୍ପର୍ଶ କରିଛି । ଉତ୍ତମ ସଡକ ପଥ ଯୋଗାଯୋଗରେ ଥିବା ଗଁଦିଆ ୨ ୯ ଟି ପଞ୍ଚାୟତର ବ୍ଲକ୍‌ ମୁଖ୍ୟାଳୟ ରହିଥିବାବେଳେ ଏହାର ସୀମା ଯାଜପୁର ଓ କଟକ ଜିଲ୍ଲା ଉଭୟକୁ ସ୍ବର୍ଶ କରିଛି ।

ବ୍ରାହ୍ମଣୀ ନଦୀ ଏହାକୁ କାମାକ୍ଷାନଗର ଓ ଭୁବନ ବ୍ଲକ ଠାରୁ ପୃଥକ କରିଛି । ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମନ୍ଦିର ଗଁଦିଆରୁ ୧୦ କି.ମି. ଦୂର ହେବ । ମହିମା ଧର୍ମର ଗାଦିପୀଠ ଯୋରନ୍ଦା ମଧ୍ଯ ଏହି ବ୍ଲକର ଅନ୍ତର୍ଭୁକ୍ତ ଓ ଏଠାରୁ ସନ୍ଦରୁପୁର ଏବଂ କାବରା ମାଧପୁର ହୋଇ ମାତ୍ର ୧୨ କି.ମି. ଦୂରତାରେ ଅବସ୍ଥିତ ।

ଗଁଦିଆ ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଆଦି ପାଖାପାଖି ଦୁଇଟି ପଞ୍ଚାୟତ ଗଁଦିଆ ପାଟଣା ଓ ପୋରୂହଖୋଜ ମଧ୍ୟରେ ହୁ ଅବସ୍ଥିତ।

୨୦୧୧ ଜନଗଣନା ଅନୁସାରେ ଗଁଦିଆ ପଟଣାର ଜନସଂଖ୍ୟା ୪୬୩୪ ଓ ପୋରୁହଖୋଜର ଜନସଂଖ୍ୟା ୫୦୬୬ ଯାହା ବର୍ତ୍ତମାନ ପ୍ରାୟ ୧୩ ହଜାର ହେବ। ଗଁଦିଆ ପଂଚାୟତ ଗଁଦିଆ ପାଟଣା, ଶ୍ରୀରାମଚନ୍ଦ୍ରପୁର, ଆଙ୍ଗୁ୍ଦା,ଛାଟଖୁମ୍ବ ଓ ବାଙ୍ଗୋଲ ଆଦି ୫ ଟି ରାଜସ୍ଵ ଗ୍ରାମକୁ ନେଇ ଗଠିତ ହୋଇଥିବାବେଳେ ପୋରୁହଖୋଜ ପଞ୍ଚାୟତ ପୋରୁହଖୋଜ, ବଣିଆପଡା, ସାନ୍ଦା ପଶିପଟଣା ଓ ଦଣ୍ଡେଇ ବେରେଣୀ ଆଦି ଚାରଟି ରାଚ୍ଚସ୍ଵ ଗ୍ରାମକୁ ନେଇ ଗଠିତ ।

ଏହି ବ୍ଲକ ମୁଖ୍ୟାଳୟର ୪ କି.ମି. ବ୍ୟାସାର୍ଵ ମଧ୍ୟରେ କପିଳାସ ଯୁକ୍ତ ୨ ମହାବିଦ୍ୟାଳୟ, ଗଁଦିଆ ଉଚ୍ଚ ବିଦ୍ୟାଳୟ ଓ ସହଦେବ ବିଦ୍ୟାପୀଠ, ୫ଟି ପ୍ରାଥମିକ ବିଦ୍ୟାଳୟ, ସରସ୍ବତୀ ବିଦ୍ୟାମନ୍ଦିର ଓ ସେଣ୍ଟ ଜାଭିୟର ଆଦି ଶିକ୍ଷାନୁଷ୍ଠାନ ରହିଛି । ଏଥିସହ ଆଧୁନିକ ଦୋକାନ ବଜାର, ହୋଟେଲ୍‌ ଓ ବାଇକ ଆଦିର ଶୋରୁମ୍‌ ମଧ୍ଯ ରହିଛି । ବ୍ଲକ ମୁଖ୍ୟାଳୟ ସହ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗଁଦିଆ ଥାନା, ଗଁଦିଆ ସବ୍‌-ପୋଷ୍ଟ ଅଫିସ, ତହସିଲ କାର୍ଯ୍ୟାଳୟ,TPCODLକାର୍ଯ୍ୟାଳୟ,ଆର ଆଇ କାର୍ଯ୍ୟାଳୟେ , ଏସ୍‌ଡିଓଙ୍କ କାର୍ଯ୍ୟାଳୟ, ଟେଲିଫୋନ୍‌ ଏକ୍ସଚେଞ୍ଜ, ପ୍ରାଣୀ ଚିକିତ୍ସାଳୟ, ଗ୍ରାମ୍ୟ ଜଳଯୋଗାଣ ସଂସ୍ଥା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ବ୍ଲକସ୍ତରୀୟ କୃଷି କାର୍ଯ୍ୟାଳୟ ଓ କୃଷି ବିଭାଗର ବୂହତ ବିହନ ଉତ୍ପାଦନ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଏଲ୍‌ପିଟି ଷ୍ଟେସନ୍‌, ସିଡିପିଓଙ୍କ କାର୍ଯ୍ୟାଳୟ, ବ୍ଳକ ଶିକ୍ଷାଧିକାରୀ, ଅବକାରୀ ସବ୍‌ଇନିସ୍ପେକ୍ଟର ଓ ଉଦ୍ଧ୍ୟାନ କୃଷି ବିଭାଗର ଓଭରସିୟରଙ୍କ କାର୍ଯ୍ୟାଳୟ ସମେତ ଅଗ୍ନିଶମ କେନ୍ଦ୍ର ମଧ୍ୟ ରହିଛି ।

କେବଳ ସେତିକି ନୁହେଁ ଏଠାରେ ଷ୍ଟେଟ୍‌ବ୍ୟାଙ୍କ, ଆକ୍କିସ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ମଧ୍ୟ ଗଁଦିଆରେ କାର୍ଯ୍ୟ କରୁଛି। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ କ୍ରୀଡା ପାଇଁ ଏକ ପ୍ରାଚୀର ଘେରା ମିନିଷ୍ଟାଡିୟମ୍‌ ମଧ୍ୟ ଗଁଦିଆରେ ପ୍ରତିଷ୍ଠା ହୋଇଛି । ଏତେ ସଂଖ୍ୟକ ସର୍ବସାଧାରଣ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ ଓ ସର୍ବୋପରି ୧୦୦୦୦ରୁ ଅଧିକ ଜନସଂଖ୍ୟା ଥୁବା ସତ୍ତ୍ଵେ ଗଁଦିଆକୁ ଏଯାବତ ସହରାଞ୍ଚଳର ମାନ୍ୟତା ଦିଆଯାଇ ନାହିଁ । ଦୀର୍ଘ ୫ବର୍ଷ ଧରି ୨୦୧୨ ରୁ ୨ ୦ ୧ ୭ ଯାଏଁ ଗଁଦିଆ ବ୍ଲକର ଅଧ୍ୟକ୍ଷ ଥୁବା ମଳୟ ସିଂ ଗଁଦିଆକୁ ତୁରନ୍ତ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ଦେବାକୁ ଦାବି ଜଣାଇଛନ୍ତି।ଏବଂ ଗତ ପଞ୍ଚାୟତ ସମିତି ବୈଠକରେ ପୋରୋହଖୋଜ ର ପୂର୍ବତନ ସରପଞ୍ଚ ତଥା ବର୍ତମାନ ର ସମିତି ସଭ୍ୟ ବଳରାମ ପରିଡା ଦାବି ଜଣାଇଛନ୍ତି।

new life
You might also like
error: Content is protected !!