News
WhatsApp Image 2023-10-04 at 17.25.00
samparksetu

ଲକ୍ଷାଧିକ ଟଙ୍କାର ମଦ ଓ ରନ୍ଧା ସରଞ୍ଜାମ ନଷ୍ଟ କଲା ଅବକାରୀ ବିଭାଗ

ଗଁଦିଆ ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା ଦୀର୍ଘ ଦିନ ଧରି ଉକ୍ତ ବ୍ଲକର ତଳ କାଶୀପୁର ଗ୍ରାମର ସନ୍ନିକଟ ପ୍ରଭାହିତ ବ୍ରାହ୍ମଣୀ ନଦୀ ପଠାରେ ବେଆଇନ ଭାବରେ ରନ୍ଧା ଯାଉଥିବା ଦେଶୀ ମଦ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ଆଜି ତାହାକୁ କାର୍ଯ୍ୟକାରୀ କରାଯାଇଛି ।

ଆଜି ଗଁଦିଆ ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତି ଙ୍କର ନେତୃତ୍ୱରେ ହିନ୍ଦୋଳ ଅବକାରୀ ବିଭାଗର ସନ୍ତୋଷ କୁମାର ସ୍ୱାଇଁ ଢେଙ୍କାନାଳ ସଦର ଅବକାରୀ ଅଧିକାରୀ ଦେବଦତ୍ତ ବିଶ୍ୱାଳ ମୋବାଇଲ ସ୍କ୍ୱାର୍ଡ ଇନ୍ସପେକ୍ଟର ସତିକାବେଶନ ସମେତ ସମସ୍ତ କର୍ମଚାରୀ ଓ ଗଁଦିଆ ଅଗ୍ନିଶ୍ରମ ବାହିନୀର ମିଳିତ ସହଯୋଗର ଚଢ଼ାଉ କରାଯାଇ ୨୦ହଜାର ଲିଟର ମହୁଲି ପୋଚ ସହିତ ରନ୍ଧା ହୋଇ ରହିଥିବା ୧ହଜାର ଲିଟର ଦେଶୀ ମଦ ସବୁକୁ ଠାବ କରି ଏହାକୁ ଜାଳି ପୋଡି ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରାଯାଇଛି ।

ଉକ୍ତ ମଦ ଓ ମହୁଲ ପୋଚ ର ଆନୁମାନିକ ମୂଲ୍ୟ ପ୍ରାୟ ୧୨ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ଜିଲ୍ଲା ଅବକାରୀ ବିଭାଗ ।

new life
You might also like
error: Content is protected !!