News
WhatsApp Image 2023-10-04 at 17.25.00
samparksetu

ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ

ଗ୍ରାମ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବାର ପୋଲିସ ସୂତ୍ରରୁ ଜଣାଯାଇଛି ।

ସୂଚନା ଅନୁଯାୟୀ ଗଁଦିଆ ଥାନା ଅନ୍ତର୍ଗତ ଚୁଡାଖିଆକାଟେଣୀ ଗ୍ରାମର ଭରତ ଦେହୁରୀ (୬୫) ନିଜର ଗ୍ରାମରେ ଥିବା ଗ୍ରାମ୍ୟ ପୋଖରୀକୁ 2
୨୨ତାରିଖ ସନ୍ଧ୍ୟା ସମୟରେ ଶୌଚ ପାଇଁ ଆସିଥିଲେ କିନ୍ତୁ ବିଡମ୍ବନାର ବିଷୟ ଉକ୍ତ ପୋଖରୀଟି ତାଙ୍କର ଗୋଡ ଖସି ଯିବା କାରଣରୁ ସେ ଗଭୀର ପାଣି ମଧ୍ୟକୁ ଚାଲି ଯାଇଥିଲେ ଯାହା ଫଳରେ ଉପରକୁ ଉଠିବା ପାଇଁ ବହୁତ ଚେଷ୍ଟା କରି ଅସଫଳ ହୋଇଥିଲେ ।

ତାଙ୍କ ପରିବାର ସଦସ୍ୟ ବହୁତ ଖୋଜା ଖୋଜି କରି ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ ଉକ୍ତ ମୃତ ଦେହ ଆଜି ପାଣିରେ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ଘଟଣା ସ୍ଥଳରେ ଗଁଦିଆ ଅଗ୍ନିଶମ ବାହିନୀ ପଂହଁଚି ଉକ୍ତ ମୃତ ଦେହକୁ ଉଦ୍ଧାର କରିଥିଲେ ଗଁଦିଆ ପୋଲିସ ଘଟଣା ସ୍ଥଳରେ ପଂହଁଚି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ମେଡିକାଲ କୁ ପଠାଇଛି ।

new life
You might also like
error: Content is protected !!