News
WhatsApp Image 2023-10-04 at 17.25.00
samparksetu

ଗଁଦିଆ ବ୍ଲକ କୃଷକ ସାଥି ବୈଠକ ଅନୁଷ୍ଠିତ

ଗଁଦିଆ ବ୍ଲକର କୃଷକ ସାଥୀ ବୈଠକ୨୮ତାରିଖ ଦିନ ଗୁଣ୍ଡୁରାପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ବରିଷ୍ଠ ସଦସ୍ୟ ଅଭିରାମ ପଣ୍ଡା ଙ୍କର ସଭା ପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ସଂଗଠନର ନୂତନ କର୍ଯ୍ୟକର୍ତା ନିର୍ବାଚନ କରାଯାଇଥିଲା ।

ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କର ମତ ଅନୁଯାଇ ସର୍ବ ସମ୍ମତି ଭାବରେ ନୂତନ ପରିଚାଳନା କମିଟିଗଠନ କରାଯାଇଛି ସଭାପତି ଭାବେ ରଞ୍ଜନ କୁମାର ବିଶ୍ବାଳ ,ଉପସଭାପତି ବିଜୟ କୁମାର ରାଉତ, ସମ୍ପାଦକ ଭାବେ ଜଗବନ୍ଧୁ ସାହୁ, ସହ ସମ୍ପାଦକ ଭାବରେ ୪ଜଣ ସଭ୍ୟ ରସାନନ୍ଦ ସାହୁ ,ବଟକୃଷ୍ଣ ମଲିକ ,ପ୍ରିୟବ୍ରତ ସାହୁ ,ସୁଧାକର ସାହୁ ,କୋଷାଧ୍ୟକ୍ଷ ଭାବେ ହରିନାରାୟନ ଦାସ ଓ ସହ କୋଷାଧ୍ୟକ୍ଷ ଭାବେ ମନୋଜ କୁମାର ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି ।

ସେହିପରି ଉକ୍ତ ସଂଗଠନର ଉପଦେଷ୍ଟା କମିଟିର ସଦସ୍ୟ ଭାବରେ ଅଭିରାମ ପଣ୍ଡା ଚକ୍ରଧର ମହାନ୍ତି ପବିତ୍ର ମୋହନ ରାଉତ ରାଜକିଶୋର ପୋଇ ଓ ଅଶୋକ କୁମାର ରାଉତ ପ୍ରମୁଖ ମନୋନୀତ ହୋଇଛନ୍ତି । ନୂତନ ଭାବରେ ନବ ନିର୍ବାଚିତ ସଭାପତି ଉକ୍ତ ବ୍ଳକରେ କାର୍ଯ୍ୟରତ କୃଷକ ସାଥୀ ମାନଙ୍କର ବିଭିର୍ଣ୍ଣ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଉକ୍ତ ସାଧାରଣ ସଭାରେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ୨୯ଗ୍ରାମ ପଂଚାୟତର କୃଷକ ସାଥୀ ଯୋଗାଦାନ କରିଥିଲେ ।

new life
You might also like
error: Content is protected !!