News
WhatsApp Image 2023-10-04 at 17.25.00
samparksetu

ଡିଲରଙ୍କୁ ପିଡିଏସ ସାମଗ୍ରୀ ଦେବାରେ ବିଳମ୍ବ,ଉପଭୋକ୍ତାଙ୍କ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଗୁଣ୍ଡୁରାପଶି ପଞ୍ଚାୟତରେ ପିପିପି ମୋଡରେ ସ୍ଥାପିତ ହୋଇଥିବା ପିଡିଏସ ଗୋଦାମ ଦଲାଲଙ୍କ ନିୟନ୍ତ୍ରଣରେ ରହିଥିବାର ଅଭିଯୋଗ ହୋଇଛି ।

ଦଲାଲଙ୍କ ଯୋଗୁଁ ଗଁଦିଆ ଏବଂ ଭୁବନ ବ୍ଲକରେ ଥିବା ହଜାର ହଜାର ପିଡିଏସ ଉପଭୋକ୍ତା ପିଡିଏସ ସାମଗ୍ରୀ ପାଇବାରେ ବିଳମ୍ବ ହେଉଥିବାର ଜଣାପଡିଛି ।ଢେଙ୍କାନାଳ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ଲକ୍ଷ ୭୮ହଜାର ୮୦୪ ଜଣ ହିତାଧିକାରୀ ସାମିଲ ହୋଇଥିବା ବେଳେ ଜିଲ୍ଲାରେ ୩ ହଜାର ୩୨୦ଜଣଙ୍କୁ ସାମିଲ କରାଯାଇଛି ।

ଢେଙ୍କାନାଳ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ଲକ୍ଷ ୪୨ହଜାର ୯୦୧ ଜଣ ହିତାଧିକାରୀ ସାମିଲ ହୋଇଥିବା ଜଣାପଡିଛି । ଭୁବନ ବ୍ଲକର ୨୦ ହଜାର ୫୩୫ ପରିବାରର ୭୩ ହଜାର ୩୧୬ ଜଣ ସଦସ୍ୟଙ୍କୁ ସରକାରଙ୍କ ଚାଉଳ ଯୋଗାଇ ଦିଆଯାଉଥିବା ବେଳେ ଭୁବନ ଏନଏସି ର ୪ହଜାର ୬୧୮ ପରିବାରର ୧୫ ହଜାର ୨୪୫ ଜଣ ସଦସ୍ୟ ଓ ଗଁଦିଆ ବ୍ଲକର ୩୨ ହଜାର ୯୯୮ ପରିବାରର ୧ଲକ୍ଷ ୧୫ହଜାର ୪୯୯ ଜଣ ସଦସ୍ୟଙ୍କୁ ଚାଉଳ ଯୋଗାଇ ଦିଆଯାଉଛି ।

ଗଁଦିଆ ବ୍ଳକ ୩୩ ଡିଲରଙ୍କ ଜରିଆରେ ୧୫.୫୬ମେଟ୍ରିକ ଟନ ଅନ୍ନପୂର୍ଣ୍ଣା ଅନ୍ତୋଦୟ ଯୋଜନାରେ ଚାଉଳ ପ୍ରଦାନ କରାଯାଉଥିବା ବେଳେ ବିପିଏଲ ଯୋଜନାରେ ୯୦୮ ମେଟ୍ରିକ ଟନ ଚାଉଳ ସହିତ ୮୯୩ ମେଟ୍ରିକ ଟନ ଗହମ ଯୋଗାଇ ଦିଆଯାଇଥାଏ । ସେହିପରି ଭୁବନ ବ୍ଲକରେ ୭୩ଟି ଡିଲରଙ୍କ ଜରିଆରେ ୧ହଜାର ୯୪୩ ମେଟ୍ରିକ ଟନ ଚାଉଳ ଅନ୍ନପୂର୍ଣ୍ଣା ଅନ୍ତୋଦ୍ୟୟ ଯୋଜନା ଏବଂ ୫ ହଜାର ୪୫୭ ମେଟ୍ରିକ ଟନ ବିପିଏଲ ଓ ୧ହଜାର ୩୫୩ ମେଟ୍ରିକ ଟନ ଗହମ ଯୋଗାଇ ଦିଆଯାଇଥାଏ ।

ଭୁବନ ଏନଏସିରେ ମୋଟ ୨୭ଟି ଡିଲରଙ୍କ ଜରିଆରେ ୬୧୫ ମେଟ୍ରିକ ଟନ ଚାଉଳ ଓ ଏବଂ ୨୪୯ ମେଟ୍ରିକ ଟନ ଗହମ ଯୋଗାଇ ଦିଆଯାଇଥାଏ । ଉଭୟ ବ୍ଳକକୁ ଗହମ ଏବଂ ଚାଉଳ ଯୋଗାଣ ପାଇଁ ଗଁଦିଆ ବ୍ଳକ୍ ଗୁଣ୍ଡୁର।ପଶି ଠାରେ ରାଜ୍ୟ ଘରୋଇ ଉଦ୍ୟୋଗର ସୁନିଶ୍ଚିତ ଯୋଜନାରେ ୨୫ଶହ ମେଟ୍ରିକ ଟନ କ୍ଷମତା ବିଶିଷ୍ଠ ଗୋଦାମ ଗୃହ ନିର୍ମାଣ କରାଯାଇଛି । ରାଜ୍ୟ ସରକାରଙ୍କ ଖାଉଟି ଓ ଯୋଗାଣ ବିଭାଗ ଦ୍ବାରା ଏହା ନିୟନ୍ତ୍ରିତ ହେଉଥିବା ବେଳେ ବାସ୍ତବରେ ଏହି ଗୋଦାମ ସମ୍ପୁର୍ଣ୍ଣ ଭାବରେ ଦଲାଲଙ୍କ ନିୟନ୍ତ୍ରଣରେ ରହିଥିବ।ର ଅଭିଯୋଗ ହୋଇଛି ।

ଏହି ଗୋଦାମକୁ କାହା ନିର୍ଦ୍ଦେଶରେ ଚାଉଳ ଆସୁଛି ଏବଂ ଦୁଇ ବ୍ଳକ କାହା ନିର୍ଦ୍ଦେଶରେ ଚାଉଳ ଯୋଗାଣ ହେଉଛି ତାହାର କୌଣସି ଠିକଣା ନାହିଁ । ଗୋଦାମରେ କୌଣସି ସରକାରୀ କର୍ମଚାରୀ କିମ୍ବା ଯୋଗାଣ ବିଭ।ଗର କର୍ମଚାରୀ ନଥିବା ବେଳେ ଓଜନ ଏବଂ କ୍ବାଲିଟି କଣ୍ଟ୍ରୋଲକୁ ନେଇ ପ୍ରଶ୍ନ ଉଠିଛି ।

ପ୍ରତି ମାସର ପ୍ରଥମ ସପ୍ତାହରେ ଚାଉଳ ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୁଇ ବ୍ଲକରେ ଥିବା ହିତାଧିକାରୀଙ୍କୁ ଚାଉଳ ଯୋଗାଣ ହୋଇନଥିବାର ଜଣାପଡିଛି । ଫଳରେ ଖାଉଟି ମାନେ ସେମାନଙ୍କର ସାମଗ୍ରୀ ପାଇନଥିବା ବେଳେ ଡିଲର ମାନେ ମଧ୍ୟ ସଠକି ସମୟରେ ପିଡିଏସ ସାମଗ୍ରୀ ପାଉନଥିବାର ଅଭିଯୋଗ ହୋଇଛି ।

ଗଁଦିଆ ଯୋଗାଣ ନିରୀକ୍ଷକ ଖାଉଟି ସାମଗ୍ରୀ ଯୋଗାଣ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରୁନଥିବାର ଜଣାପଡିଛି । ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ଏବଂ ଜିଲ୍ଲା ଯୋଗାଣ ବିଭାଗର ସଲାସୁତରାରେ ଗୁଣ୍ଡୁରାପଶିରେ ମହାଘୋଟାଲା ହେଉଥିବାର ସନ୍ଦେହ କରାଯାଇଛି । ନିମ୍ନମାନର ଚାଉଳ ଯୋଗାଣ ଏବଂ ହେରଫେର ହେଉଥିବାର ଜଣାପଡିଛି ।

new life
You might also like
error: Content is protected !!