News
WhatsApp Image 2023-10-04 at 17.25.00
samparksetu

ଖଣ୍ଡବନ୍ଧ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ; ଜଣେ ଶିକ୍ଷକଙ୍କୁ ୧୩୬ ଛାତ୍ରଛାତ୍ରୀ, ଶ୍ରେଣୀ ଗୃହରେ ତାଲା

ଢେଙ୍କାନାଳ ଜିଲ୍ଲାରେ ଗୁୂଣାତ୍ମକ ଶିକ୍ଷାକୁ ନେଇ ଶିକ୍ଷା ବିଭାଗ ଡିଣ୍ଡିମ ପିଟୁଥିବା ବେଳେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି ତାହା ଖଣ୍ଡବନ୍ଧ ଉଚ୍ଚ ବିଦ୍ୟାଳୟର ଶୋଚନୀୟ ଅବସ୍ଥାକୁ ଦେଖିଲେ ଜଣାପଡୁଛି ।ସରକାରଙ୍କ ୫ଟି ଯୋଜନାରେ କାର୍ଯ୍ୟ ଚାଲିଥିବା ବେଳେ ଶ୍ରେଣୀ ଗୃହରେ ତାଲା ଝୁଲୁଥିବା ବେଳେ ଛାତ୍ରଛାତ୍ରୀ ମାନେ ବାରଣ୍ଡାରେ ଶିକ୍ଷାଲାଭ କରୁଥିବାର ଜଣାପଡିଛି ।

ଗଁଦିଆ ବ୍ଲକ ଖଣ୍ଡବନ୍ଧ ପଞ୍ଚାୟତରେ ରହିଛି ଖଣ୍ଡବନ୍ଧ ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ନବମ ଏବଂ ଦଶମ ଶ୍ରେଣୀରେ ୧୩୬ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି । ମାଟ୍ରିକ ପରୀକ୍ଷାକୁ ଆଉମାତ୍ର ହାତ ଗଣତି କେତୋଟି ମାସ ରହିଛି । କିନ୍ତୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠ ପଢାଇବାକୁ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ମାତ୍ର ଜଣେ ଶିକ୍ଷକରେ ଚାଲିଛି ପାଠପଢା । ଗଣିତ,ବିଜ୍ଞାନ,ଇଂରାଜୀ,ଇତିହାସ ଭୁଗୋଳ,ହିନ୍ଦୀ
,ସଂସ୍କୃତ ଭଳି ସମସ୍ତ ବିଷୟକୁ କିଭଳି ଜଣେ ଶିକ୍ଷକ ଶିକ୍ଷାଦାନ ସମ୍ପନ୍ନ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଇ ଏଠାରେ ଶିକ୍ଷାଦାନ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଗତ ମଇ ମାସରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଅବସର ନେବା ପରେ ପ୍ରଧାନ ଶିକ୍ଷକ ବ୍ଲକ ଶିକ୍ଷାଧିକାରୀଙ୍କ ସହିତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଅବଗତ କରିଥିଲେ । କିନ୍ତୁ କେହି କର୍ଣ୍ଣପାତ କରିନଥିବାର ଜଣାପଡିଛି । ଫଳରେ ୧୩୬ଜଣ ଛାତ୍ରଛାତ୍ରୀଙ୍କୁ ନେଇ ମାତ୍ର ଜଣେ ଶିକ୍ଷକ ନିଜର କାର୍ଯ୍ୟ ଚଳାଇଛନ୍ତି । ସରକାର ଏବଂ ଜିଲ୍ଲା ଶିକ୍ଷାଧିକାରୀ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଗୁରୁ୍‌ତ୍ୱ ଦେଉଥିବା ବେଳେ ଏଠାରେ କେଉଁଭଳି ଗୁଣାତ୍ମକ ଶିକ୍ଷାପ୍ରଦାନ କରାଯାଉଛି ବୋଲି ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି ।

କେବଳ ସେତିକି ନୁହେଁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ରହିଛି ଛଅଟି ଶ୍ରେଣୀ ଗୃହ । ସରକାର ଙ୍କ ୫ଟି ଯାଜନାରେ ରୂପାନ୍ତରି କରଣକୁ ପ୍ରାଥମିକତା ଦେଉଥିବା ବେଳେ ଏକ କାଳୀନ ଛଅ ଗୋଟି ଶ୍ରେଣୀ ଗୃହରେ କାର୍ଯ୍ୟ ଚାଲି ଥିବାରୁ ଠିକାଦାର ସମସ୍ତ ଶ୍ରେଣୀ ଗୃହରେ ତାଲା ପକାଇ ଦେଇଛନ୍ତି ।

ଫଳରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ବାରଣ୍ଡାରେ ଶିକ୍ଷାଦାନ କରୁଥିବାର ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତରେ ଖଣ୍ଡବନ୍ଧବିଦ୍ୟାଳୟରେ ଶିକ୍ଷ।ଦାନ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ତୁରନ୍ତ ଶିକ୍ଷକ ନିଯୁକ୍ତି ସହିତ ଛାତ୍ରଛାତ୍ରୀଙ୍କ ଶିକ୍ଷ।ଦନ ବ୍ୟବସ୍ଥା ପାଇଁ ଶ୍ରେଣୀଗୃହ ଗୁଡିକୁ ଖୋଲିବା ପାଇଁ ଦାବି ହୋଇଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଏବଂ ସରକାର ଦୃଷ୍ଟି ଦେବାକୁ ମଧ୍ୟ ଅଭିଭାବକ ମାନେ ନିବେଦନ କରିଛନ୍ତି ।

new life
You might also like
error: Content is protected !!