News
WhatsApp Image 2023-10-04 at 17.25.00
samparksetu

ବାରମ୍ବାର ଦାବି ସତ୍ତ୍ୱେ ବନ୍ଦ ହେଲାନି କ୍ରସର, ପୁଣି ଧାରଣାରେ ବସିଲେ ଗ୍ରାମବାସୀ

ଜନଜାତି ପ୍ରତି ପ୍ରଶାସନ ର ଯେ କେତେ ଦରଦ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଁଦିଆ ତହସିଲରେ ଯାହାଦ୍ୱାରା ନିଜର ହକ ପାଇବା ପାଇଁ କାମଧନ୍ଦା ଛାଡି ଆଜି ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭୋକ ଉପାସରେ ଖୋଲା ଆକାଶ ତଳେ ଛିଣ୍ଡା ପାଲ ବିଛାଇ ବସିରହିଛନ୍ତି ଦୁଇ ଗ୍ରାମ ଶ୍ରୀମନ୍ତପୁର ଓ ନୂଆ କଷ୍ଟିପାଳ ର ଶତାଧିକ ମହିଳା ଓ ପୁରୁଷ ଏହି ଗ୍ରାମବାସୀ ମାନେ ପ୍ରତିଦିନ ମୁଲ ମଜୁରୀ କରି ନିଜର ପରିବାର ଭରଣ ପୋଷଣ କରନ୍ତି କିନ୍ତୁ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନର କମ୍ପାନୀ ପ୍ରୀତି ଯୋଗୁ ନିଜର ଦାବି ପୂରଣ ପାଇଁ ଅଣ୍ଟାଭିଡିଛନ୍ତି ଏହି ଜନଜାତି ।

ଉକ୍ତ ଦୁଇ ଗ୍ରାମ ପାଖରେ ଜଗବନ୍ଧୁ ଏଣ୍ଟରପ୍ରାଇଜେସ ନାମକ ଏକ ଘରୋଇ ସଂସ୍ଥା ଏଠାରେ ଏକ କ୍ରସର ଇଉନିଟ ସ୍ଥାପନ କରି କାର୍ଯ୍ୟ ଜାରି ରଖିଛି ଦିନରାତି ଏହି କ୍ରସର ଚାଲିବା ଯୋଗୁ ଶବ୍ଦ ପ୍ରଦୂଷଣ ଓ କ୍ରସରରୁ ନିର୍ଗତ ଧୂଳି ସବୁ ପବନରେ ଉଡି ଗ୍ରାମ ମଧ୍ୟରେ ପ୍ରବେଶ ଫଳରେ ନିଶ୍ୱାସ ଓ ପ୍ରଶ୍ୱାସ ନେବାରେ ଗ୍ରାମବାସୀ ମାନେ ସମସ୍ୟାରେ ପଡିବା ସହ ପ୍ରଦୂଷଣ ଯୋଗୁ ଅସମୟରେ ନାନା ରୋଗରେ ଆକ୍ରାନ୍ତ ହୋଉଛନ୍ତି ।

ସେହିପରି ଏଠାରେ ଉକ୍ତ ସଂସ୍ଥା ପଥର ବ୍ଲ।ଷ୍ଟିଂ କରିବା ଦ୍ୱାରା ପିଲାମାନଙ୍କର ପାଠ ପଢା ବ୍ୟାହତ ହେବା ସହ ବାସଗୃହ ପ୍ରତି ବିପଦ ସୃଷ୍ଟି ହୋଇଛି ଏହି ସବୁ ପ୍ରମୁଖ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ କୁ ଲିଖିତ ଅବଗତ କରିଥିଲେ । କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ୧୮ତାରିଖରେ ଦୁଇ ଗ୍ରାମବାସୀ ଏକ ପଟୁଆରରେ ଆସି ତହସିଲ କାର୍ଯ୍ୟଳୟ ଠାରେ ଧାରଣା ଦେଇଥିଲେ , ତହସିଲଦାର ଭଜନାନନ୍ଦ ସାହୁ ଧାରଣା ସ୍ଥଳରେ ପହଞ୍ଚି କହିଥିଲେ କି ୧୯ ତାରିଖରେ ସେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବେ ।

ହେଲେ ତହସିଲଦାର ଙ୍କର ପ୍ରତିଶୃତି ପାଣିଫୋଟକା ପରି । କଥାରେ କଥାରେ ରହିଯିବାରୁ ଆଜି ସେହି ଦୁଇ ଗ୍ରାମର ପୁରୁଷ ଓ ମହିଳା ସେଠାରୁ କ୍ରସର ବନ୍ଦ ଦାବିରେ ଧାରଣା ଦେଇଥିଲେ । ଯଦି ସେମାନଂକର ଦାବି ତୁରନ୍ତ ପୁରଣ ନହୁଏ ତାହେଲେ ଆସନ୍ତା କାଲି୨୨ତାରିଖରୁ ଦିନରାତି ଧାରଣା ଜାରି ରହିବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!