News
WhatsApp Image 2023-10-04 at 17.25.00
samparksetu

ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ମହୁଲଖୋଳି ଗ୍ରାମରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରିଛି । ଗତ କାଲି ରାତିରେ ସମୟରେ ମହୁଲଖୋଳି ଗ୍ରାମ ଭିତରେ ପଶି ହାତୀ ଟି ସୁଦ୍ଧିର ବେଉରା ଘର ଭାଙ୍ଗିବା ସହ ଘର ଭିତରୁ ଅମଳ କରି ରଖିଥିବା ଧାନ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l

ଚାଷୀ ଗୋଲକ ବିହାରୀ ବେହେରା ଫାର୍ମ ହାଉସରେ ପ୍ରାୟ ଛଅ ଏକର କ୍ଷେତରେ ଦନ୍ତା ହାତୀ ପଶି ଦଳିଚକଟି କାକୁଡି, କୋବି , ଆଳୁ, କଖାରୁ ଫସଲ ନଷ୍ଟ କରିଛନ୍ତି । ବିଳମ୍ବିତ ରାତିରେ ମହୁଲଖୋଳି ଗ୍ରାମରେ ଚାଷୀ ସାରଙ୍ଗ ଧର ପରିଡା, ନାରାୟଣ ସାହୁ ଲଗାଇ ଥିବା ଫସଲ କୁ ନଷ୍ଟ କରିଛନ୍ତି l ଆଜି ସକାଳେ ଏ ସମ୍ପର୍କରେ ଜାଣିବା ପରେ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି l ଯାହା ମହୁଲଖୋଳି ଜନସେବା କେନ୍ଦ୍ର ଠାରେ ଲାଗିଥିବା ସିସି ଟିଭିରେ କ୍ୟାମେରା କଏଦ ହେଇଛି l ଧାରକରଜ କରି ଚାଷ କରିଥିବା ବେଳେ ଅମଳ ପୃବରୁ ହାତୀ ଉଜାଡି ଦେଇଥିବାରୁ ଋଣ କିପରି ପରିଶୋଧ କରିବେ ଚିନ୍ତାରେ ପଡ଼ିଛନ୍ତି l ତୁରନ୍ତ କ୍ଷତିଗସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବା ସହ ହାତୀକୁ ଘଉଡାଇବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

new life
You might also like
error: Content is protected !!