News
WhatsApp Image 2023-10-04 at 17.25.00
samparksetu

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ଗଁଦିଆ ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି ।ପୋଲିସ ସୂଚନା ଅନୁଯାୟୀ ,ପୋରୁହଖୋଜ ଗ୍ରାମପଂଚାୟତ ଅଧିନ ବଣିଆପଡ଼ା ଗ୍ରାମ (କଲଣସାହି)ର ଜଣେ ୬ବର୍ଷର ନାବାଳିକା ୧୯ତାରିଖ ଦିନ ଅପରାହ୍ନରେ ଉକ୍ତ ସାହି ପାଖରେ ଥିବା ପୋଖରୀରୁ ନିଜ ଭାଇ ସହିତ ନିଜର ଘରକୁ ଫେରୁଥିବା ବେଳେ ଅଧା ବାଟରୁ ଭାଇ ଖେଳି ପଳାଇଥିଲା ।

ପରେ ନାବାଳିକା ଜଣକ ଏକୁଟିଆ ଘରକୁ ଫେରିବା ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ସେହି ଗ୍ରାମର ଗୌତମ ଦାସ(୨୫)
ଉକ୍ତ ନାବଳିକାକୁ ଏକୁଟିଆ ପାଇ ତାକୁ ଏକ ନିଛାଟିଆ ଜାଗାକୁ ନେଇ ପଳାଇ ଯାଇଥିଲା । ଉକ୍ତ ନାବାଳିକା କାନ୍ଦିକାନ୍ଦି ଘରକୁ ଯାଇ
ତାଙ୍କ ବଡ ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲା । ତାଙ୍କ ବାପା ଘରକୁ ଆସିବାପରେ ଘରେ ଏହିଘଟଣା ଜାଣିବାକୁ ପାଇ ଶନିବାର ଦିନ ଲିଖିତ ଭାବେ ଗଁଦିଆ ଥାନାରେ ଉକ୍ତ ଘଟଣା ସମ୍ପର୍କରେ ଅଭିଯୁକ୍ତ ଗୌତମ ଦାସ ନାମରେ ଅଭିଯୋଗ କରିଥିଲେ ।ଗଁଦିଆ ପୋଲିସ କେସ ନଂ ୧୪୮ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହିତ ଢେଙ୍କାନାଳ ମେଡ଼ିକାଲରେ ଉଭୟଙ୍କର ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି ।

new life
You might also like
error: Content is protected !!