News
WhatsApp Image 2023-10-04 at 17.25.00
samparksetu

ପଂଚାୟତ କାର୍ଯ୍ୟାଳୟରେ ଭତା ଟଙ୍କା ବଣ୍ଟନ ବେଳେ ଟଙ୍କା ଚୋରି

ଗତକାଲି ଗଁଦିଆ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଉକ୍ତ ବ୍ଲକ ଅଧୀନ ପୋରୁହଖୋଜ ଗ୍ରାମ ପଂଚାୟତରେ ମାସିକ ଭତା ଟଙ୍କା ବଣ୍ଟନ ବେଳେ ଉକ୍ତ ସ୍ଥାନରୁ ଟଙ୍କା ଚୋରି ହୋଇଯାଇଛି। ପଂଚାୟତ ନିର୍ବାହୀ ଅଧିକାରୀ ମଧୁ ସୁଦନ କର ଓ ଗ୍ରାମ ରୋଜଗାର ସେବିକା ଝୁନୁ ବାଳା ବାରିକ ଭତା ଟଙ୍କା ବଣ୍ଟନ କରୁଥିବା ବେଳେ ସେଠାରେ ବହୁତ ଭିଡ଼ ଲାଗିରହିଥିଲା।

ସମୁଦାୟ ୩,୨୨,୦୦୦ ଟଙ୍କା ବଣ୍ଟନ ପାଇଁ ଆସିଥିଲା ଟଙ୍କା ପଂଚାୟତ ଦୁଇ କର୍ମଚାରୀ ଭତା ବଣ୍ଟନରେ ବ୍ୟସ୍ତ ଥିବା ସହ ବହୁତ ଭିଡ଼ ଲାଗି ରହିଥିବାର ସୁଯୋଗ ନେଇ ଟେବୁଲ ଡ୍ର ମଧ୍ୟରେ ଗଛିତ ଥିବା ଟଙ୍କା ମଧ୍ୟରୁ ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ୧,୬୪,୨୦୦ ଟଙ୍କା ଚୋରିକରି ନେଇଥିବାର ଜଣାଯାଇଛି ।ଟଙ୍କା ଦେବା ପାଇଁ କର୍ମଚାରୀ ଡ୍ରରେ ଟଙ୍କା ନଥିବାର ଦେଖି ହିସାବ କରିବାରୁ ଉକ୍ତ ଟଙ୍କା ଚୋରି ହୋଇଛି ବୋଲି ଜଣା ପଡିଥିଲା। ଏହି ଘଟଣା ସମ୍ପର୍କରେ ପଂଚାୟତ ନିର୍ବାହୀ ଅଧିକାରୀ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ। ଗଁଦିଆ ପୋଲିସ ଏକ ଚୋରି ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!