News
WhatsApp Image 2023-10-04 at 17.25.00
samparksetu

ନାଳରେ ଭାସିଯାଇ ପ୍ରାଣ ହରାଇଲେ ଜଣେ ଚାଷୀ

ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିରେ ଭାସିଯାଇ ଜଣେ ଚାଷୀଙ୍କର ମୃତ୍ୟୁ ଘତିଥିବା ଜଣାପଡିଛି ।

ଗଁଦିଆ ବ୍ଲକ ଲେଥକା ପଞ୍ଚୟାତ ରିଆ ଗାଁରେ ଯୁଗଳ ହେବେରା (୬୪) ନାଳରେ ଗାଧୋଉଥିବା ବେଳେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ଗତ କାଲିଠାରୁ ନିଖୋଜ ଥିବା ବେଳେ ୫ କିମି ଦୂର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଘିକୋଇଲି ଠାରେ ଆଜି ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ , ଗତକାଲି ଯୁଗଳ ଗାଁ ନିକଟ ବିଲକୁ ଚାଷ କାମ କରିବାକୁ ଯାଇଥିଲେ । କାମ ସାରି ଅପରାହ୍ନରେ ଘରକୁ ଫେରିବା ବେଳେ ଗାଁ ଦେଇ ଯାଇଥିବା ନାଳରେ ଗାଧୋଉଥିଲେ । ଗୋଡ ଖସିଯିବାରୁ ସେ ଭାସି ଯାଇଥିଲେ । ଗଁଦିଆ ଅଗ୍ନିଶମ କର୍ମଚାରୀ ମାନେ ଖୋଜାଖୋଜି କରିଥିଲେ । ହେଳେ କୌଣସି ସନ୍ଧାନ ମିଳିନଥିଲା । ଧର୍ମାଶାଳ ଆଡକୁ ଭାସି ଯାଇଥିବା ସନ୍ଦେହ କରି ଧର୍ମଶାଳା ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ । ଶେଷରେ ଧର୍ମଶାଳାର ଘିକୋଇଲି ନିକଟରେ ତାଙ୍କ ମୃତଦେହ ମିଳିଥିଲା । ସନ୍ଧ୍ୟାରେ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 

new life
You might also like
error: Content is protected !!