News
WhatsApp Image 2023-10-04 at 17.25.00
samparksetu

ମନ୍ଦାର ବୃନ୍ଦାବନପୁର ଗ୍ରାମ୍ୟ ଜଙ୍ଗଲରୁ ବାରହା ମାଂସ ଜବତ୍ ,ଶିକାରୀ ଫେରାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମ ପଞ୍ଚାୟତ ର ବୁନ୍ଦାବନପୁର ଗ୍ରାମ୍ୟ ଜଙ୍ଗଲରେ ଶିକାରୀ ମାନେ ଜଙ୍ଗଲୀ ବାରହା କୁ ବମ୍ ସାହାଯ୍ୟରେ ମାରି ତାର ମାଂସ କୁ ବିକ୍ରି କରିବା ପାଇଁ କଟାକୁଟି କରୁଥିବା ସମୟରେ ଖବର ପାଇ ଆତର୍କିତ ଚଢ଼ାଉ କରିଥିଲା ଷଡ଼ଙ୍ଗୀ ବନାଞ୍ଚଳରେ ରହୁଥିବା ହାତିସ୍କାଡର କର୍ମଚାରୀ ଓ ଜଣେ ମହିଳା ଫରେଷ୍ଟ ଗାର୍ଡ ।

କର୍ମଚାରୀ ମାନଙ୍କୁ ଦେଖି ପ୍ରାଣ ବିକଳରେ ଜଙ୍ଗଲ ମଧ୍ୟକୁ ଶିକାରୀ ମାନେ ଦଉଡ଼ି ପଳାଇଯିବାରେ ସଫଳ ହୋଇଥିବା ବେଳେ କର୍ମଚାରୀ ମାନେ ସେଠାରେ ପଡ଼ିଥିବା ବାରହା ର କଟାମୁଣ୍ଡ ମାଂସ ଗୋଡ଼ ଦାନ୍ତ ସମେତ ମାଂସ ହାଣିବାପାଇଁ ବ୍ୟବହୃତ ଦୁଇଟି ଧାରୁଆ ଅସ୍ତ୍ର କୁ ଜବତ୍ କରିଛି।

ଜବତ୍ ହୋଇଥିବା ମାଂସ କୁ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ଉପସ୍ଥିତି ରେ ଜବତ୍ ହୋଇଥିବା ୫୭ କେଜି ମାଂସ କୁ ପୋତା ଯାଇଥିଲା। ପ୍ରକାଶ ଥାଉକି ବନବିଭାଗିୟ କର୍ମଚାରୀ ମାନେ ଷଡ଼ଙ୍ଗୀ କାର୍ଯ୍ୟାଳୟରେ ଉପସ୍ଥିତ ରହୁ ନଥିଲା ବେଳେ ଶିକାରୀ ଓ କାଠ ଚୋରା ବେପାରୀ ପଥର ମାଫିଆ ମାନେ ସକ୍ରିୟ ହେଉଥିବା ସାଧାରଣ ରେ ଚର୍ଚ୍ଚ। ହେଉଛି।

new life
You might also like
error: Content is protected !!