News
WhatsApp Image 2023-10-04 at 17.25.00
samparksetu

ଗଁଦିଆ ରୁ ସନ୍ଥସରା ରାସ୍ତା ପାଲଟିଛି ମରଣ ଯନ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ରୁ ସନ୍ଥପୁର ଭାୟା ସନ୍ଥସରା ଦେଇ ଯାଇଥିବା ଆରଡ଼ି ରାସ୍ତା ଟି ଏବେ ମରଣ ଯନ୍ତା ପାଲଟିଛି । ଅସରାଏ ବର୍ଷା ହେଲେ ରାସ୍ତାରେ ଗମନା ଗମନ ରେ ଅସୁବିଧା ହେବାରେ ଆଶଙ୍କା ରହିଛି ।

ଏହି ରାସ୍ତା ଟି ଉପରେ ୬ ଗୋଟି ପଞ୍ଚାୟତ ର ଜନସାଧାରଣ ଦୈନ୍ୟଦିନ ଗଁଦିଆ ବ୍ଲକ, ତହସିଲ, ଓ ଥାନା କୁ ନେଇ ଗମନା ଗମନ କରିଥାନ୍ତି,ଯଦି ରାସ୍ତା ବିଛିର୍ଣ୍ନ ହୁଏ ତାହାଲେ ଗଁଦିଆ ହେଡକ୍ଵାଟର ୭କିଲୋ ମିଟର ପରିବର୍ତ୍ତେ ୩୦ରୁ ୩୫କିଲୋମିଟର ରାସ୍ତା ବୁଲିକି ଆସିବାକୁ ପଡିବ ।

ଆରଡ଼ି ବିଭାଗର ଜେଇ , ଇଂଜିନିୟର ଙ୍କୁ ଏ ରାସ୍ତାର ଅତି ନିମ୍ନମାନର କାର୍ଯ୍ୟ ପାଇଁ ଦାୟୀ କରିଛନ୍ତି ଗଁଦିଆ ବ୍ଲକ ବିଜେଡ଼ି ସଭାପତି ବିଶ୍ଵନାଥ ଜେନା । ସମସ୍ୟାର ଅତିଶୀଘ୍ର ସମାଧାନ ନହୁଏ ତେବେ , ଗଁଦିଆ ବିଜେଡ଼ି କର୍ମୀ ଓ ସନ୍ଥପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଏବଂ ସାଧାରଣ ଜନତାଙ୍କୁ ଧରି ସେ ରାଜରାସ୍ତା କୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!