ଗଁଦିଆ ବ୍ଲକ ଅନ୍ତର୍ଗତ ମଠତେନ୍ତୁଳିଆ ନୋଡାଲ ଉପ୍ରା ବିଦ୍ୟାଳୟ ଥରେ ଆୟୁସ୍ମାନ ଭାରତ ଯୋଜନାରେ ଏକ ଗୋଷ୍ଠି ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଉଦଘାଟନ କରିଥିଲେ ପ୍ରଥମେ ଅତିଥି ମାନେ ସଭାସ୍ଥଳରେ ଜଗନ୍ନାଥ ଙ୍କ ଫଟ ରେ ପୁଷ୍ପମାଲ୍ୟ ପ୍ରଦାନ ସହିତ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚନା ପୁହାଣ ,ମୁଖ୍ୟବକ୍ତା ଭାବେ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଂଜନ ସାହୁ ,ସମ୍ନାନିତ ଅତିଥି ଭାବେ ପଂଚାୟତ ସମିତି ଅଧକ୍ଷା ରିନାରାଣୀ ଖଟୁଆ ,ଶିଶୁ ବିକାଶ ପକଲ୍ପ ଅଧିକାରୀ ଉର୍ମିଲା ଦେହୁରୀ ,ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ଥିତ ପ୍ରଜ୍ଞା ମହାନ୍ତି ,ଏ ବି ଡ଼ି ଓ କିଶୋର ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।
ପ୍ରାରମ୍ଭରେ ଏ ଡ଼ି ଏମ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଏହି ମେଳର ତାତ୍ପଯ୍ୟ ଉପରେ ଆଲୋକ ପାତ କରିଥିଲେ ଶ୍ରୀମତୀ ଦେଉରୀ ନିଜରମତ ପ୍ରଦାନକାରୀ ବିଶେଷ କରି ଶିଶୁ ସୁରକ୍ଷା ଓ ବାଲ୍ୟବିଭାହ ଉପରେ ଆଲୋକପାତ କରିଥିଲେ ବିଡ଼ିଓ ଶ୍ରୀ ସାହୁ କହିଥିଲେ । ଏହି ସ୍ୱାସ୍ଥ୍ୟ ମେଳା ମାଧ୍ୟମରେ ଗ୍ରାମାଞ୍ଚଳ ରେ ରହୁଥିବା ଲୋକମାନେ କିପରି ସମସ୍ତ ସ୍ଵାସ୍ତ୍ୟ ସମ୍ଭଧିୟ ବିଷୟରେ ଅବଗତ ହୋଇପାରିବେ ତାହାହିଁ ଏହି ମେଳାର ମୂଳ ଲକ୍ଷ ଅଟେ ।
ସେହିପରି ଅନ୍ୟ ତମ ଅତିଥି ଶ୍ରୀମତୀ ଖଟୁଆ ନିଜର ମତ ପ୍ରକାଶ କରି କହିଥିଲେ ଏପରି ସ୍ଵାସ୍ତ୍ୟ ମେଳା ଅନୁଷ୍ଠିତ ହେବା ଦ୍ୱାରା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକମାନେ ସଂଘଠିତ ଭାବରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣାରେ ବିଭିନ୍ନ ରୋଗର ଉପଶମ ନିମନ୍ତେ ମେଡ଼ିସିନ ପ୍ରଦାନ କରାଯାଇଛି ଅନ୍ୟ ତମ ଅତିଥି ଶ୍ରୀମହାନ୍ତି ନିଜର ମତରେ କହିଥିଲେ ଏଠାରେ ଥିବା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାର ଙ୍କ ପକ୍ଷରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜନସାଧାରଣ ମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକାର ମାଗଣା ସେବା ଗୁଡିକୁ ଉପଲବ୍ଧ କରାଯାଇ ପ୍ରଦାନ କରାଯାଉଛି ।
ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ପୁହାଣ ଏହି ସ୍ଥାନରେ ଏହିପରି ଏକ ସ୍ଵାସ୍ତ୍ୟ ସମ୍ଭଧିୟ ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ସେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ ଓ କହିଥିଲେ ଯେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଙ୍କ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ କିଛି ସୁବିଧା ସୁଯୋଗ ମିଳୁଛି ତାହାର ସମସ୍ତ ସୁବିଧା ସୁଯୋଗ ଯେପରି ସମେସ୍ତ ନେଇପାରିବା ଏଠାରେ ଉପସ୍ଥିତ ସମସ୍ତ ଜନସାଧାରଣ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଶେଷରେ ଢେଙ୍କାନାଳ ସାଂସଦ ଶ୍ରୀସାହୁ ଉପସ୍ଥିତ ଜନତା ମାନଙ୍କୁ ସ୍ୱାଗତ କରିବା ସହିତ ଗରମକୁ ଖାତିରି ନକରି ଏତେ ମାତ୍ରାରେ ଉପସ୍ଥିତି କୁ ନେଇ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।