News
WhatsApp Image 2023-10-04 at 17.25.00
samparksetu

ଭୋଟ ଗଣନା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଗଁଦିଆ ବ୍ଲକରେ ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଂଚାୟତନିର୍ବାଚନ ପରେ ଭୋଟ ବାକ୍ସ ଗୁଡିକ ସୁରକ୍ଷିତ ଭାବରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ଓ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ କଡାକଡି ସୁରକ୍ଷା କରାଯାଇଛି । ଚଳିତ ମାସ ୨୬ ତାରିଖରୁ ଭୋଟ ଗଣତି ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ସେଥିପାଇଁ ୨ଗୋଟି ଗଣନା କେନ୍ଦ୍ର କରାଯାଇଛି ।

ଗୋଟିଏ ନୂତନ ସଭାଘର ଓ ପୁରୁଣା ସଭାଘର ୨୬ତାରିଖରେ ଉକ୍ତ ବ୍ଲକର ୧ ନମ୍ବର ଜିଲ୍ଲା ପରିଷଦ ଯୋନର ୪ଟି ପଂଚାୟତର ମତଗଣନା କାର୍ଯ୍ୟ ଆରମ୍ଭ କରାଯିବ ୨୭ତାରିଖରେ ୨ନମ୍ବର ଯୋନ ଜିଲ୍ଲା ପରିଷଦ ଅଧିନ8ଟି ପଂଚାୟତର ମତଗଣନା କାର୍ଯ୍ୟ ଅନୁଷ୍ଠିତ ହେବ ।

ଉକ୍ତ ଦୁଇ ଯୋନ ମତଗଣନା ନୂଆ ସଭାଘରେ ଅନୁଷ୍ଠିତ ହେବ ୨୮ ତାରିଖ ଦିନ ଦୁଇଟି କେନ୍ଦ୍ର ଯଥା ନୂଆ ଓ ପୁରୁଣା ସଭାଘରେ ୩ନମ୍ବର ଓ ୪ନମ୍ବର ଯୋନ ଜିଲ୍ଲା ପରିଷଦ ଅଧିନ ୧୭ଟି ପଂଚାୟତର ମତଗଣନା ଅନୁଷ୍ଠିତ ହେବ ମତଗଣନା ନିମନ୍ତେ ପ୍ରଦତ୍ତ କାଉଣ୍ଟର ଟେବୁଲ ରେ ୩ଜଣ ଲେଖାଏଁ ଅଧିକାରୀ ରହିବେ ।

ଜଣେ ସୁପରଭାଇଜର ଓ ଅନ୍ୟ ଦୁଇଜଣ ସହକାରୀ ରହିବେ ଏହି ମତ ଗଣନା କାର୍ଯ୍ୟ ପାଇଁ ମୋଟ ୮୫ଜଣ କର୍ମଚାରୀ ନିୟୋଜିତ ହେବେ ୨୬ ତାରିଖରେ ୪ଟି ଟେବୁଲରେ ମତଗଣନା ଅନୁଷ୍ଠିତ ହେବ । ୨୭ ତାରିଖରେ ୮ଟି ଟେବୁଲରେ ମତଗଣନା ଅନୁଷ୍ଠିତ ହେବ ସେହିପରି ୨୮ତାରିଖରେ ଦୁଇଟି କେନ୍ଦ୍ରରେ ୧୭ଟି ଟେବୁଲରେ ମତ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ ମତ ଗଣନା ପଞ୍ଚାୟତ ସ୍ତରୀୟ ହେବ ଓ ଗଣନା ସରିଲା ପରେ ତାହାର ଫଳାଫଳ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜଣାଇ ଦିଆଯିବ ପ୍ରତ୍ୟେକ ପ୍ରାର୍ଥୀ ଙ୍କ ନିମନ୍ତେ ଜଣେ ଲେଖାଏଁ ଏଜେଣ୍ଟ ରହିବେ ।

ସକାଳ ୭ଟା ସମୟରେ ଗଣତି କେନ୍ଦ୍ରକୁ ପ୍ରବେଶ କରିବେ ୮ଟା ସମୟରେ ମତ ଗଣନା କାର୍ଯ୍ୟ ଆରମ୍ଭ ହେବ ସେହିପରି ଏଠାରେ ମତଗଣନା ସମୟରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଏଠାରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସମେତ ପୋଲିସ ଅଧିକାରୀ ଉପସ୍ଥିତ ରହିବେ ମତଗଣନା ଦିନ ଗୁଡିକରେ ସମଗ୍ର ବ୍ଲକ ପରିସରକୁ ୧୪୪ ଧାରା ଜାରି କରାଯିବ ।

ଯେପରି ପରିସର ମଧ୍ୟକୁ କୌଣସି ଜନସାଧାରଣ ପ୍ରବେଶ କରି ନପାରିବେ ଷ୍ଟ୍ରଙ୍ଗ ରୁମ ରୁସୁରକ୍ଷା ବଳୟ ଭିତରେ ଭୋଟ ବାକ୍ସ ଗୁଡିକୁ ମତଗଣନା କେନ୍ଦ୍ରକୁ ନିଆଯିବାର ବ୍ୟବସ୍ତା ହୋଇଛି ବୋଲି ଉକ୍ତ ଗଁଦିଆ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଆଶିଷ ରଞ୍ଜନ ସାହୁ ଙ୍କ ଠାରୁ ପ୍ରକାଶ ।

new life
You might also like
error: Content is protected !!