News
WhatsApp Image 2023-10-04 at 17.25.00
samparksetu

ଘରୋଇ ଆବାସିକ ମହାବିଦ୍ୟାଳୟର ବସ୍ ଧକ୍କାରେ ମହିଳାଙ୍କ ଚାଲିଗଲା ଜୀଵନ !

ଢେଙ୍କାନାଳ ଥାଉନ ଥାନା ଅନ୍ତର୍ଗତ ଗୁଡିଆନାଳି ଛକରେ ଏକ ଘରୋଇ ଆବାସିକ ମହାବିଦ୍ୟାଳୟର ବସ୍ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଘଟିପିରି କଳାଙ୍ଗ ଗ୍ରାମର ରୀନା ସାମଲ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ , ରୀନା ଗୁଡିଆନାଳିରେ ନିଜ ସମ୍ପର୍କୀୟଙ୍କ ସହ ଭଡାରେ ରହି କାମଧନ୍ଦା କରି ପରିବାର ପ୍ରତିପୋଷଣ କରନ୍ତି । ଆଜି ସକାଳେ ସେ କାମକୁ ବାହାରିଥିଲେ, ଗୁଡିଆନାଳି ଛକ ରାସ୍ତା ପାର ହେଉଥିବାବେଳେ ତାଙ୍କୁ ମହାବିଦ୍ୟାଳୟର ବସ ଧକ୍କା ଦେଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିଲେ ,ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଖବର ପାଇ ଟାଉନ୍ ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ବସ କୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

new life
You might also like
error: Content is protected !!