News
WhatsApp Image 2023-10-04 at 17.25.00
samparksetu

ଗଛରେ ପିଟିହୋଇ ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ହାତୁରା ପଞ୍ଚାୟତ ପୁରୁଣା କଟକ ସମ୍ବଲପୁର ରାସ୍ତାର ପଡା ଛକ ନିକଟରେ ଥିବା ଏକ ଗଛରେ ପିଟି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ନାଲଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମର ସୁଶାନ୍ତ ବେହେରା (୧୯) ଏବଂ ତାଙ୍କ ସାଥି ମାନସ ଭୋଇ (୨୦) କୌଣସି କାମରେ ମୋଟର ସାଇକଲ ଯୋଗେ ରାସୋଳ ଆସିଥିଲେ । କାମ ସାରି ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ପଡା ଛକ ନିକଟରେ ଥିବା ଏକ ଗଛରେ ପିଟି ହୋଇଥିଲେ ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ସୁଶାନ୍ତ ଙ୍କ ମୃତ୍ୟୁ ଘଟିଥିବା ବେଳେ ମାନସ ଗୁରୁତର ହୋଇଥିବା ଜଣାଯାଇଛି ।

ତେବେ ଖବର ପାଇ ସାତମାଇଲ ଫାଣ୍ଡି ଅଧିକାରୀ ଉଭୟଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରିଥିଲେ ତେବେ ସେଠାରେ ମାନସଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଆସନ୍ତାକାଲି ସୁଶାନ୍ତ ଙ୍କ ପରିଵାର ବର୍ଗଙ୍କ ଉପସ୍ଥିତି ପରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି ।

new life
You might also like
error: Content is protected !!