News
WhatsApp Image 2023-10-04 at 17.25.00
samparksetu

ନିମ୍ନମାନର ରାସ୍ତା ନିର୍ମାଣ ଅଭିଯୋଗ

ସରକାର ଜନସାଧାରଣ ଙ୍କ କଲ୍ୟାଣ ନିମନ୍ତେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ ବ୍ୟୟ ବରାଦ କରୁଥିବା ବେଳେ ସେହିଟ ଙ୍କାକୁ କେତେକ ବିଭାଗୀୟ ଅଧିକାରୀ ଙ୍କ ଲାଞ୍ଚ ଖୋର ମନୋଭାବ ଯୋଗୁଁ ସରକାର ଙ୍କ ଜନହିତକର କାର୍ଯ୍ୟ କେବଳ କାଗଜ କଲମରେ ସୀମିତ ରହୁଥିବା ଦେଖିବାକୁ ମିଳୁଛି ।ତାର ସୁଫଳ ଜନସାଧାରଣ ପାଇପରୁନାହାନ୍ତି ଫାଇଦା ମାରୁଛନ୍ତି କେତେକ ଦୁର୍ନୀତି ଗ୍ରସ୍ତ ବିଭାଗୀୟ ଅଧିକାରୀ, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ନୂଆବଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଉବନ ପୁର ଗ୍ରାମରେ,ଚଉବନ ପୁର ଠାରୁ ପଞ୍ଚପଡା କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ପଞ୍ଚମ ସିଏସସୀ ନାମରେ ପାଞ୍ଚୟତରାଜ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ୪ଲକ୍ଷ୍ୟ ଟଙ୍କାର ସରକାରୀ ଅନୁଦାନ ମଂଜୁର ହୋଇଥିବା ବେଳେ ଉକ୍ତ କାର୍ଯ୍ୟାଦେଶ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ହୋଇଥିଲା ।

ହେଲେ ଉକ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଠିକାଦାରୀକରଣ କରାଯାଇ ଲାଭ ଆଶାରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଇଥିଲା ଯାହାକି ଚାରି ମାସପୂର୍ବରୁ ହୋଇଥିବା କାର୍ଯ୍ୟ ଏବେ ରାସ୍ତା ଫାଟି ଆଁ ହୋଇଯାଇଛି । ସରକାରୀ ନିୟମକୁ ଦଳିଚକଟି ଦିଆଯାଇ ଲାଭଖୋର ମନବୃତି ରଖି ନିମ୍ନ ମାନର କାର୍ଯ୍ୟ ହେଉଥିବା ସମ୍ପର୍କରେ ସେତେବେଳେ ବିଭାଗୀୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରାଯାଇଥିଲା ସେତେବେଳେ ବିଭାଗୀୟ ଯନ୍ତ୍ରୀ ମୁଁ ସେ କାର୍ଯ୍ୟ ବିଷୟ ଜାଣିନାହିଁ କହିଥିବା ବେଳେ ପରାଵର୍ତ୍ତି ମୁହୂର୍ତ୍ତରେ ରେ ଉକ୍ତ କର୍ଯ୍ୟ କୁ ସମ୍ପୂର୍ଣ୍ଣ ବିଲ କରିଦେଇଥିଲେ ।

ରାସ୍ତା ଭାଙ୍ଗିଯିବା ବିଷୟରେ ଏବେ କନିଷ୍ଟ ଯନ୍ତ୍ରୀଙ୍କୁ ପଚାରିବାରୁ ମୋର ସେ ରାସ୍ତା ବିଷୟ ମାନେ ପଡୁନି ବୁଝିକି କହିବି ବୋଲି କହିଥିବା ବେଳେ ତତ୍କାଳୀନ ଦାୟିତ୍ୱ ରେ ଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ମୁଁ ସେ କାର୍ଯ୍ୟ ବିଷୟରେ କିଛି କହିପାରିବି ନାହିଁ ଏଣୁ ବ୍ଲକ ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ଏହା ବାବଦରେ ବିଧିବଦ୍ଧ ତଦନ୍ତ କରାଗଲେ ସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ହିନ୍ଦୋଳରେ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

new life
You might also like
error: Content is protected !!