News
WhatsApp Image 2023-10-04 at 17.25.00
samparksetu

ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , ସ୍ୱାମୀ ଅଟକ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ଥାନା ବାଉଁଶପୋଖୋରି ପଞ୍ଚାୟତ ୧ନଂୱାର୍ଡ ମଝିସାହିରେ ଗତ କାଲି ବିଳମ୍ବିତ ରାତ୍ରୀ ରେ ଜଣେ ସ୍ଵାମୀ ତାଙ୍କ ସ୍ତ୍ରୀ ଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ହିନ୍ଦୋଳ ଥାନାରେ ଅଭିଯୋଗ ହେବା ପରେ ଆଜି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ସ୍ଵାମୀଙ୍କୁ ଅଟକ ରଖିଛି ।

ସୂଚନା ଅନୁଯାୟୀ ହିନ୍ଦୋଳ ଥାନା ବାଉଁଶପୋଖୋରି ପଞ୍ଚାୟତ ୧ ନମ୍ବର ୱାର୍ଡ ମଝିସାହି ଗ୍ରାମର ନାରାୟଣ ସାହୁ ଙ୍କୁ ପୁଅ ସିପୁନ ସାହୁ ସେହି ଗ୍ରାମର ପବିତ୍ର ସାହୁ ଙ୍କ ଝିଅ ଜାଜ୍ଞସେନି ସାହୁ (୨୫) ଙ୍କୁ ଗତ ଏକବର୍ଷ ପୂର୍ବେ ବିବାହ କରିଥିଲେ। ବାହାଘର ର କିଛିଦିନ ପରେ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ଅନେକ ସମୟରେ ମନମାଲିନ ହେବା ଦ୍ବାରା ପାଟିତୁଣ୍ଡ ମଧ୍ୟ ହେଉଥିଲା।

ଅନେକ ସମୟରେ ସିପୁନ ଅକଥନୀୟ ନିର୍ଯାତନା ତାର ସ୍ତ୍ରୀ ଙ୍କୁ ଦେଉଥିଲେ । ଫଳରେ ଉଭୟଙ୍କ ସମ୍ପର୍କ ବାହାଘର ପରଠାରୁ ଭଲ ନଥିଲା। ସେହିପରି ଗତକାଲି ଦିନ ତମାମ ସିପୁନ ଜାଜ୍ଞସେନି ଙ୍କୁ ମାଡ଼ ମାରିଥିଲେ। ସିପୁନ ମାଡ ପିଟି କରୁଥିବାରୁ ଜାଜ୍ଞସେନି ନିଜ ମା ପ୍ରମିଳା ସାହୁ ଙ୍କୁ ଖବର ଦେଇଥିଲେ । ଖବର ପାଇ ପ୍ରମିଳା ଝିଅ ଘରକୁ ଆସି ଉଭୟ ଙ୍କୁ ବୁଝା ଶୁଝା କରିବା ପରେ ସନ୍ଧ୍ୟା ସମୟରେ ନିଜ ଘରକୁ ଚାଲି ଯାଇଥିଲେ।

ପ୍ରମିଳା ଗଲାପରେ ଗତକାଲି ରାତି ୧୦ଟା ସମୟରେ ପୁଣି ଜାଜ୍ଞସେନି ଫୋନ୍ କରି ମା ଙ୍କ ସହିତ କଥା ହୋଇ ଫୋନ୍ ରଖି ଥିଲେ। ମାତ୍ର ରାତି ୧୦.୩୦ ମିନିଟ୍ ସମୟରେ ସିପୁନ ନିଜ ଶାଶୁ ପ୍ରମିଳା ଙ୍କୁ ଫୋନ୍ କରି ତୁମ ଝିଅ ଫ୍ୟାନରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା କହିଥିଲେ। ଏହି ଦୁଃଖଦ ଖବର ପାଇ ସଙ୍ଗେ ସଙ୍ଗେ ପ୍ରମିଳା ଓ ତାଙ୍କ ପରିବାର ଲୋକ ଆସି ଦେଖନ୍ତି ତ ପଲଙ୍କ ଉପରେ ଜାଜ୍ଞସେନି ଙ୍କ ମୃତ୍ୟୁ ଘଟିଛି ।

ଜାଜ୍ଞସେନି ଙ୍କ ମା ପ୍ରମିଳା ହିନ୍ଦୋଳ ଥାନାରେ ସ୍ଵାମୀ ସିପୁନ ସାହୁ, ଶଶୁର ନାରାୟଣ ସାହୁ, ଶାଶୁ ଗେହ୍ଲା ଶାଶୁ ମିଶି ମୋ ଝିଅ ଜାଜ୍ଞସେନି ଙ୍କୁ ବେକ ଚିପି ହତ୍ୟା କରିଥିବା ହିନ୍ଦୋଳ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରା ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଓ ତଦନ୍ତ ପରେ ପ୍ରକୁତ ଘଟଣା ଜଣାପଡିବ କହିଛନ୍ତି ।

new life
You might also like
error: Content is protected !!