News
WhatsApp Image 2023-10-04 at 17.25.00
samparksetu

ଗଜରାଜ ଙ୍କ ସୁରକ୍ଷା ପାଇଁ କମିଟି ଗଠନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ରକଲା ମନ୍ଦିର ପ୍ରାଙ୍ଗଣରେ ମନ୍ଦିରର ଆଖପାଖ ଅଂଚଳର ଅନେକ ବ୍ୟକ୍ତି ଏକତ୍ରିତ ହୋଇ ଅଞ୍ଚଳରେ ହାତୀ ମାନଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯିବ ସେନେଇ ବିଷଦ ଆଲୋଚନା ଓ ତର୍ଜମା ହୋଇଥିଲା । ଦିନକୁ ଦିନ ହାତୀ ମଣିଷ ଲଢେଇ ରେ କେତେବେଳେ ହାତୀ ର ଜୀବନ ଜାଉଛି ତ କେତେବେଳେ ମଣିଷ ର । ଏସବୁ ଦିଗକୁ ଲକ୍ଷ୍ୟ ରଖି କିଭଳି ଜନସଚେତନତା କରାଯାଇ ହାତୀ ଓ ମଣିଷ କୁ ସୁରକ୍ଷା ଯୋଗାଇ ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା । ହାତୀ ଆମ ସାଥି, ଯେତେ ପର୍ଯ୍ୟନ୍ତ ହାତୀ ଉପରେ ଆକ୍ରମଣ ହୋଇ ନଥାଏ ସେତେ ପର୍ଯ୍ୟନ୍ତ ହାତୀ କାହାର କ୍ଷତି କରି ନଥାଏ । ଦିନକୁ ଦିନ କଳ କାରଖାନା ଗଢି ଜଙ୍ଗଲ କୁ ନଷ୍ଟ କରାଜାଉଥିବା ଯୋଗୁଁ ହାତୀ ଖାଦ୍ୟ ଅଭାଵରେ ଜନ ବସତି ମୁହାଁ ହେବାକୁ ବାଧ୍ୟ ହେଉଛନ୍ତି ।

ହାତୀ ସୁରକ୍ଷା ଉପରେ ସମସ୍ତ ସଦସ୍ୟ ଅହରହ ଚେଷ୍ଟା କରିଵା ବୋଲି ସଂଘର ସଦସ୍ୟ ବିକାଶ ସାହୁ କହିଥିଲେ ।କମିଟିର ସଭାପତି ଭାବେ ଶାନ୍ତନୁ ପଟ୍ଟନାୟକ, ଉପ ସଭାପତି ଭାବେ ଦେବାଶିଷ ସାହୁ, ମୁଖ୍ୟ ଉପଦେଷ୍ଟା ଓ ମାର୍ଗଦର୍ଶକ ଭାବେ ପ୍ରମୋଦ ବେହେରା,ସମ୍ପାଦକ ଭାଵେ ଯଦୁନାଥ ସାହୁ,ଉପ ସମ୍ପାଦକ ଭାବେ ଶୁଭ୍ରକାନ୍ତ ସାହୁ ମନୋନୀତ ହୋଇଥିବା ଜଣାପଡିଛି ।

new life
You might also like
error: Content is protected !!