News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳରେ ସ୍ୱାଧିନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆସନ୍ତା ଅଗଷ୍ଟ ୧୫ ରେ ସାରା ଭାରତରେ ସ୍ୱାଧିନତା ଦିବସ ମହା ସମାରୋହରେ ପାଳିତ ହେବାକୁ ଯାଉଛି । ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେବାକୁ ଲାଗିଲାଣି । ଏହି ପରିପେକ୍ଷୀରେ ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ସ୍ୱାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଦିବା ୧୧ଘ ରେ ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ତହସିଲ ଅଫିସ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ କିଭଳି ସ୍ୱାଧିନତା ଦିବସ ସୁରୁଖୁରୁରେ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇପାରିବ ସେସମ୍ପର୍କରେ ବିଶୃତ ଆଲୋଚନା ହେବା ସହ ସମସ୍ତ ପ୍ରସଙ୍ଗ ଯଥା ଉପଖଣ୍ଡ ସ୍ତରୀୟ ପ୍ୟାରେଡ,ଉତ୍ସବ ସ୍ଥଳରେ ମେଡିକାଲ ଟିମ, ପାନୀୟଜଳ ମହଜୁଦ ରଖିବା,ମହାପୁରୁଷଙ୍କୁ ପୁଷ୍ପମାଲ୍ୟାର୍ପଣ, ବିଭିନ୍ନ ପ୍ରତିଯୋଗିତା, ଉପଜିଲ୍ଲାପାଳ ମୁଖ୍ୟଅତିଥି ଭାବରେ ଯୋଗଦେବା, ମିଷ୍ଟ!ର୍ନ ବଣ୍ଟନ,ଜାତୀୟ ପତାକା ସସଂମାନ ଉତ୍ତୋଳନ ଆଇନ ଶୃଙ୍ଖଳା ପାଳନ ଇତ୍ୟାଦି ଆଲୋଚନା ହୋଇଥିଲା ।

ସମସ୍ତ ସରକାରୀ ଅଫିସ ଆଲୋକରେ ସୁସଜ୍ଜିତ କରିବା ଓ ନିର୍ଧାରିତ ସମୟରେ ପତାକା ଉତ୍ତୋଳନ ଓ ଅବତରଣ କୁ ଗୁରତ୍ୱ ଦିଆଯାଇଥିଲା । ଆଜିର ଏହି ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ଗଜାନନ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେବା ଅତିଥି ପରିଚୟ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ ଏବଂ ତହସିଲଦାର ହିନ୍ଦୋଳ ସଭାସାଙ୍ଗ ଘୋଷଣା କରିଥିଲେ!ଳ ।

ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ସୁଶାନ୍ତ ମିଶ୍ର,ଏନ ଏ ସି ଅଧ୍ୟକ୍ଷ କେଶବ ପ୍ରଧାନ, ଏନ ଏ ସି ନିର୍ବାହୀ ଅଧିକାରୀ ଏନ ଶ୍ରୀନିଭାସ, ଅତିରିକ୍ତ ଉପଜିଲ୍ଲାପାଳ ମାନେ, ଥାନା ଅଧିକାରୀ, ଅଗ୍ନିଶମ ବିଭାଗ, ଜେଲବିଭାଗ, ବିଦ୍ୟୁତ,ସ୍ୱାସ୍ଥ୍ୟବିଭାଗ ଅଧିକାରୀ, ସମସ୍ତ ସ୍କୁଲ କଲେଜ ଅଧ୍ୟକ୍ଷ, ବି ଇ ଓ, ସିଡିପିଓ ଙ୍କ ସମେତ ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନେ, ବରିଷ୍ଠ ସାମ୍ବାଦିକ, ବୁଦ୍ଧିଜୀବୀ, ଆଇନଯିବି ଓ ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

new life
You might also like
error: Content is protected !!