News
WhatsApp Image 2023-10-04 at 17.25.00
samparksetu

ଚାରିବର୍ଷ ଧରି ରାସନରୁ ବଞ୍ଚିତ ବୃଦ୍ଧା

ନୂତନ ରାଜ୍ୟ ସରକାର ଘୋଷଣା କରୁଛନ୍ତି ସମସ୍ତ ଗରିବଙ୍କୁ ମୁଣ୍ଡପିଛା ୫କେଜି ଚାଉଳ, ଅନ୍ତୋଦୟ ଯୋଜନାରେ ପରିବାର ପିଛା ୩୫କେଜି ଚାଉଳ ନିଶ୍ଚିତ ପାଇବେ । ଏ ବାବଦରେ ରାଜ୍ୟ ଯୋଗାଣ ମନ୍ତ୍ରୀ ମଧ୍ୟ ବାରମ୍ବାର ପ୍ରକାଶ କରିଛନ୍ତି । ମାତ୍ର ଖୋଦ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳର ହିନ୍ଦୋଳ ନିର୍ବାଚନମଣ୍ଡଳୀ ହିନ୍ଦୋଳ ବ୍ଲକର ବାବନ୍ଧ ପଂଚାୟତ ବହଣ୍ଡେଇ ଗ୍ରାମର ସ୍ବର୍ଗତ ରତ୍ନାକର ନାଏକଙ୍କ ବିଧବାପତ୍ନୀ ରସବତୀ ନାଏକ(୬୫) ୪ବର୍ଷ ଧରି ବଞ୍ଚିତ ଅଛନ୍ତି ରାସନ କାର୍ଡରେ ରାସନ ପାଇବାକୁ ।

ଏହି ସମସ୍ୟାନେଇ ରସବତୀ ଢେଙ୍କାନାଳ ଜିଲ୍ଲାପାଳ,ହିନ୍ଦୋଳ ଉପଜିଲ୍ଲାପାଳ, ବିଡିଓ,ଯୋଗାଣଅଧିକାରୀଙ୍କୁ ବାରମ୍ବାର ଜଣାଇ ଅଫିସ ଦୌଡ଼ିଦୌଡ଼ି ନିରାଶ ହୋଇ କହିଛନ୍ତି ମୁଁ ପୂର୍ବରୁ ପାଉଥିବା ରାସନ ସାମଗ୍ରୀରୁ ଦୀର୍ଘ ଚାରିବର୍ଷ ହେଲା ବଞ୍ଚିତ ଅଛି ବାରମ୍ବାର ଅଭିଯୋଗ ସତ୍ବେ ମୋର ଦୁଃଖ ପ୍ରଶାସନ ଶୁଣୁନାହିଁ । ଡିଲରକୁ ପଚାରିଲେ କହୁଛନ୍ତି ମୁଁ କହିପାରିବିନି ଯୋଗାଣ ଅଧିକାରୀଙ୍କ ତାଲିକାରେ ତୁମନାମ ନାହିଁ ଏଣୁ ମୁଁ ରାସନ ସାମଗ୍ରୀ ଦେବିନାହିଁ । ସେହିଦିନଠାରୁ ଅସହାୟ ବିଧବା ବୃଦ୍ଧା ରସବତୀ ରାସନରୁ ବଞ୍ଚିତ ହୋଇ ଭୋକ ଉପାସରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ କାଳାତିପାତ କରୁଛନ୍ତି । ରସବତୀଙ୍କ ଅଭିଯୋଗ ସତ୍ବେ ଏହି ସମସ୍ୟା ଜିଲ୍ଲା ଓ ବ୍ଲକ ପ୍ରଶାସନ ଅଣଦେଖା କରୁଥିବାରୁ ହିନ୍ଦୋଳ ଭୋଟରଙ୍କ ମନରେ ନୈରାଶ୍ୟ ଦେଖାଦେଇଛି । ତେବେ ଗରିବ ଜନସାଧାରଣଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ୱ ନଦେବା ସହ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି, ଜିଲ୍ଲା ଓ ବ୍ଲକପ୍ରଶାସନ କିଭଳି ଏହି ଗରିବ ବୃଦ୍ଧା ଭୋଟରଙ୍କ ସମସ୍ୟାପ୍ରତି ଆଖିବୁଜି ଦେଇଛନ୍ତି ବୋଲି ହିନ୍ଦୋଳ ଜନସାଧାରଣ, ବୁଦ୍ଧିଯିବି ମହଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେବାସହ ତୁରନ୍ତ ରସବତୀଙ୍କୁ ରାସନକାର୍ଡ ହିତାଧିକାରୀରେ ସାମିଲ କରାଯାଇ ରାସନ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରିଛନ୍ତି ।

new life
You might also like
error: Content is protected !!