News
WhatsApp Image 2023-10-04 at 17.25.00
samparksetu

ପୋଖରୀ ରେ ବୁଡି ୨ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଦିନରେ ଦୁଇଦୁଇ ଜଣଙ୍କ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଖବରରୁ ପ୍ରକାଶ ଯେ ,ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ ଖରୀଡାଳି ଗ୍ରାମର କବି ସେଠିଙ୍କ ସ୍ତ୍ରୀ ଅଞ୍ଜଳି ସେଠି(୪୫) ନିକଟସ୍ଥ ଖଜୁରୀବନ୍ଧ ପୋଖରୀକୁ ଶନିବାର ଦିନ ୧୧ଟା ସମୟରେ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ଗ୍ରାମର ମହେଶ୍ୱର ବିଶ୍ୱାଳଙ୍କ ୪ର୍ଥ ଶ୍ରେଣୀ ପଢୁଆ ଝିଅ ବିଷ୍ଣୁପ୍ରିୟା ବିଶ୍ୱାଳ(୧୦), ମାମୁଁ ଘରକୁ ବୁଲି ଆସିଥିବା ଢେଙ୍କାନାଳ ଗେଙ୍ଗୁଟିଆ ଗ୍ରାମର ଲୁଲୁ ସେଠିଙ୍କ ଝିଅ ଶୁଭଲଷ୍ମୀ ସେଠି(୯) ସେଠି ଗାଧୋଇବା ସମୟରେ ବୁଡି ଯାଇଥିବା ଦେଖିଥିଲେ । ଛୋଟ ଝିଅ ଦୁଇଟି ବୁଡ଼ି ଯାଉଥିବା ଦେଖି ଅଞ୍ଜଳି ସେଠି ତୁରନ୍ତ ପାଣିରେ ପଶି ଦୁଇଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଶୁଭଲକ୍ଷ୍ମୀ ଉଦ୍ଧାର ପାଇଯାଇଥିବା ବେଳେ ଅଞ୍ଜଳି ଓ ବିଷ୍ଣୁପ୍ରିୟା ଗଭୀର ପାଣିରେ ବୁଡ଼ି ଯାଇଥିଲେ ।

ତେବେ ନିକଟରେ ଯାତାୟତ କରୁଥିବା ଗ୍ରାମବାସୀ ତିନିଜଣଙ୍କୁ ପାଣିରେ ବୁଡି ଯାଉଥିବା ଦେଖି ତୁରନ୍ତ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସାପାଇଁ ଆଣିଥିଲେ ମାତ୍ର ଡାକ୍ତର ଅଞ୍ଜଳି ସେଠି ଓ ବିଷ୍ଣୁପ୍ରିୟା ବିଶ୍ୱାଳଙ୍କୁ ମୃତ୍ୟୁ ଘୋଷଣା କରିଥିବାବେଳେ ଗୁରୁତର ଥିବା ଶୁଭଲଷ୍ମୀ ସେଠିଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ପଠାଇଦେଇଛନ୍ତି ଏବଂ ବର୍ତମାନ ଶୁଭଲଷ୍ମୀଙ୍କ ଚିକିତ୍ସା ଜାରି ରହିଛି। ମୃତକ ଦ୍ବୟଙ୍କର ଢେଙ୍କାନାଳ ଡାକ୍ତରଖାନାରେ ଶବବ୍ୟବଚ୍ଛେଦ ହୋଇଥିବାବେଳେ ରାସୋଳ ପୋଲିସ ଅପମୃତ୍ୟୁ ମାମଲା ରୁଜ୍ଜ କରି ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!