News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣା ରେ ଯୁବକ ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ନାଉକିଆରୀ ଅର୍ଜୁନ ଢ଼ାବା ସମ୍ମୁଖରେ ଏକ କାର ଗୋଟେ ବାଇକକୁ ଧକ୍କା ଦେଇ ପଳାଇଥିଲା ,ଫଳଟେ ଜଣେ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ , ନୂଆକିଆରୀ ଗ୍ରାମର ଶରତ ମହାରଣା ଙ୍କ ପୁଅ ରାଜୁ ମହାରଣା ମାଛ ନେଇ ଘରକୁ ଫେରୁଥିବା ସମୟରେ ତାଙ୍କୁ ଏକ କାର ଖୁବ ଜୋରରେ ଆସି ଧକ୍କା ଦେଇ ଫେରାର ହୋଇଯାଇଥିଲା ।ଫଳରେ ରାଜୁ ଗୁରୁତର ଆହତ ହୋଇ ରାସ୍ତା ଉପରେ ଛଟପଟ ହେଉଥିଲେ ।ଏହି ସମୟରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ତାଙ୍କୁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା କୁ ଆଣିଥିଲେ ମାତ୍ର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରଣ କରିଥିଲେ ।

new life
You might also like
error: Content is protected !!