News
WhatsApp Image 2023-10-04 at 17.25.00
samparksetu

ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୁଇବାଇକ ଦୁର୍ଘଟଣାରେ ଦୁଇ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟା ୬ ଘଟିକାରେ ହିନ୍ଦୋଳ ଥାନା ଅନ୍ତର୍ଗତ ଆଲୁସିଂ ଗ୍ରାମର ଏନଏସି ସଫେଇ କର୍ମଚାରୀ ନରେଶ ନାଏକ(୪୮) ଝିଅ ଘରକୁ ଯାଇ ମହୀଧରପୁର ଆଡୁ ଏକ ଗ୍ଲାମର ବାଇକ ଯୋଗେ ଫେରୁଥିଲେ ଏହି ସମୟରେ ହିନ୍ଦୋଳ ଥାନା ହିନ୍ଦୋଳ ବ୍ଲକ ବାଉଁଶ ପୋଖରୀ ପଂଚାୟତ ନୂଆକୂଟ ଗ୍ରାମର ଅକ୍ଷୟ ନାଏକଙ୍କ ପୁଅ ଅନନ୍ତ ନାଏକ(୨୫) ଏକ ବାଇକ ଯୋଗେ ନୂଆକୂଟ ପଟୁ ଆସୁଥିବା ବେଳେ ନରେଶଙ୍କ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଉଭୟେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ ।

ଦୁର୍ଘଟଣା ଦେଖି ସ୍ଥାନୀୟବାସି ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଅଗ୍ନିଶମ ବାହିନୀ ତୁରନ୍ତ ପହଂଚି ଉଭୟଙ୍କୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନା ଆଣିଥିଲେ ଏବଂ ଉଭୟ ଗୁରୁତରଙ୍କୁ ଚିକିତ୍ସା ଜାରି ରହିଥିବା ବେଳେ ଅନନ୍ତ ନାଏକଙ୍କ ଗୋଡ଼, ପାଦରେ ଗଭୀର ଆଘାତ ଲାଗିଛି ଏବଂ ନରେଶଙ୍କ ସମଗ୍ର ଶରୀର ଖଣ୍ଡିଆ ଖାବରା ହୋଇଯାଇଛି ।

new life
You might also like
error: Content is protected !!