News
WhatsApp Image 2023-10-04 at 17.25.00
samparksetu

ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ସହ ତିନି ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ , ଆଜି ସକାଳ ୯ ଘଟିକା ସମୟରେ ହିନ୍ଦୋଳ ଏନଏସି ର ଦୁଇଜଣ କଲେଜ ଛାତ୍ର ସାଗର ବେହେରା(ୱାର୍ଡନଂ-୪), ରାଜା ମହାପାତ୍ର(ୱାର୍ଡନଂ-୧୧) ଏକ ବାଇକ ଯୋଗେ ସ୍ଥାନୀୟ ରିଜିଓନାଲ କଲେଜ ଅଭିମୁଖେ ଯାଉଥିବାବେଳେ ପାଞ୍ଚମାଇଲ ଅଂଚଳର ରମେଶ ଜେନା ନାମକ ଜଣେ ଯୁବକ ଛାତ୍ର ମାନଙ୍କ ବାଇକ ସହ ଅରବିନ୍ଦ ଆଶ୍ରମ ସ୍କୁଲ ସାମ୍ନାରେ ଜୋରରେ ଧକ୍କା ଦେବାରୁ ତିନିଜଣ ଖୁବ ଜୋରରେ ଛିଟିକି ପଡ଼ି ଆହତ ହୋଇଥିଲେ ।

ଦୁର୍ଘଟଣା ଖବର ପାଇ ହିନ୍ଦୋଳ ଅଗ୍ନିଶମ ବାହିନୀ ତୁରନ୍ତ ଗୁରୁତର ଆହତ ମାନଙ୍କୁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାରମ୍ଭିକ ଚିକିତ୍ସା ପରେ ଡାକ୍ତର ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରଣ କରିଥିବା ଜଣାପଡିଛି ।

new life
You might also like
error: Content is protected !!