News
WhatsApp Image 2023-10-04 at 17.25.00
samparksetu

ଦୁଃଖ ଜଣାଇବାକୁ ଆସି ଦୁର୍ଘଟଣାରେ ଜୀବନ ଗଲା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ସଫେଇ କର୍ମଚାରୀଙ୍କ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି l

ସୂଚନା ଅନୁଯାୟୀ ହିନ୍ଦୋଳ ଏନଏସି ରେ ଦୀର୍ଘବର୍ଷ ଧରି ଲଷ୍ମୀ ଗୋଛାୟତ ଓ ତାଙ୍କ ପୁଅ ବୁଲା ଗୋଛାୟତ ସଫେଇ କର୍ମଚାରୀ ଭାବରେ ନିଷ୍ଠାର ସଛୋଟର ସହକାରେ ୱାର୍ଡନଂ-୧୩ରେ କାର୍ଯ୍ୟ କରୁଥିଲେ । ଲଷ୍ମୀଙ୍କ ପରିବାର ଅନୁଯାୟୀ କିଛି ଦିନତଳେ ରାଜନୈତିକ ଆକ୍ରୋଶ ରଖି ଲଷ୍ମୀଙ୍କ ପୁଅ ବୁଲା ଗୋଛାୟତକୁ ସେହି ୱାର୍ଡରୁ ଅନ୍ୟ ୱାର୍ଡ କୁ ପଠାଯାଇଥିଲା ମାତ୍ର ବୁଲା ଗୋଛାୟତର ସାଇକେଲ କିମ୍ବା କୌଣସି ଯାନବାହାନ ନଥିଲା ଏବଂ ସ୍ୱଳ୍ପଦରମାରୁ ଖର୍ଚ୍ଚାନ୍ତ ହୋଇ ଅନ୍ୟତ୍ର କାର୍ଯ୍ୟ କରିଯିବାକୁ ସକ୍ଷମ ନଥିଲା ଫଳରେ କାର୍ଯ୍ୟରେ ଯୋଗଦାନ କରିନପାରି ଘରେ ବସିଥିଲା ଏବଂ ଦରମା ମଧ୍ୟ ପାଇପାରୁ ନଥିଲା ।

ଲଷ୍ମୀ ମଧ୍ୟ ସମସ୍ତଙ୍କୁ କାକୁତି ମିନତୀ ହୋଇ ପୁଅ ପାଇଁ ଜଣାଉଥିଲେ ଓ ପରିଶେଷରେ ଏନଏସି ଅଧ୍ୟକ୍ଷଙ୍କୁ ଗତକାଲି ସନ୍ଧ୍ୟାରେ ନିଜର ଦୁଃଖ ଜଣାଇ ମା ପୁଅ ବାଇକ ଯୋଗେ ଫେରୁଥିବା ସମୟରେ ହିନ୍ଦୋଳ ଥାନା ପୋଲିସ ବ୍ୟାରେକ ନିକଟରେ କୌଣସି ଅଜଣା ମଦ୍ୟପ ବାଇକ ଆରୋହୀ ଲଷ୍ମୀ ଓ ବୁଲା ଆସୁଥିବା ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ଏବଂ ଗାଡ଼ିରୁ ଲଷ୍ମୀ ଛିଟିକିପଡ଼ି ମୁଣ୍ଡମାଡ଼ ହୋଇ ପ୍ରବଳ ରକ୍ତସ୍ରାବ ହୋଇ ଗୁରୁତର ଆହତ ହୋଇଥିଲେ । ଲଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ହିନ୍ଦୋଳ ମେଡିକାଲ ଆଣିବାରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଖବର ପାଇ ହିନ୍ଦୋଳ ପୋଲିସ ଡାକ୍ତରଖାନାରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ମାମଲା ରୁଜ୍ଜ କରିବା ସହ ତଦନ୍ତ ଚଳାଇଛନ୍ତି ଏବଂ ଦୁର୍ଘଟଣା ଘଟଇଥିବା ବ୍ୟକ୍ତି ଓ ବାଇକର ଅନୁସନ୍ଧାନ ଜାରି ରଖିଛନ୍ତି ।

new life
You might also like
error: Content is protected !!