News
WhatsApp Image 2023-10-04 at 17.25.00
samparksetu

ଭଉଣୀ ଘରୁ ରାକ୍ଷୀ ପିନ୍ଧି ଫେରିବା ବାଟରେ ଦୁର୍ଘଟଣା, ଘଟଣା ସ୍ଥଳରେ ଯୁବକ ମୃତ

ରାକ୍ଷୀପୂର୍ଣ୍ଣିମାରେ ଅଘଟଣ , ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା କାରନ୍ଦା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ମୃତବ୍ୟକ୍ତି ଜଣକ ହେଲେ କାରନ୍ଦା ଗ୍ରାମର ଶିବରାମ ସାହୁ(୫୮) ।

ଘର ନିକଟସ୍ଥ ବଡ଼ପଶି ଅଞ୍ଚଳରେ ଥିବା ତାଙ୍କ ଚାଷ ଜମିକୁ ସକାଳେ ଯାଇଥିବା ବେଳେ କିଛି ସମୟପରେ ଜମିରେ ତାଙ୍କର ମୃତ ଦେହ ପଡିଥିବା ଗ୍ରାମର ଗାଇଚାରାଳି ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ Iଗ୍ରାମବାସୀ ଏବଂ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଶିବରାମ କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖଜୁରିଆକଟା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରକୁ ନେଇଯାଇଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଶିବରାମଙ୍କ ଦେହରୁ ଅଧିକାଂଶ ଅଂଶ ପୋଡି ଚମଡା ଛାଡିଥିବା ବେଳେ ମୁଣ୍ଡ ଫାଟି ରକ୍ତ ବୋହିବା ସହ ଆଖିରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା I ଶିବରାମଙ୍କ ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଥିବାର ସନ୍ଦେହ କରାଯାଉଛି I ରାସୋଳ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ହିନ୍ଦୋଳ ମେଡିକାଲକୁ ପଠାଇ ଦେଇଥିଲା I

ସେହିପରି ହିନ୍ଦୋଳ ବ୍ଲକ ମହାଲୁଣ୍ଡା ପଂଚାୟତ ଟାଙ୍ଗୀଶାଳ ଗ୍ରାମର ଗୟା ବେହେରାଙ୍କ ଏକମାତ୍ର ପୁଅ ମୁନା ବେହେରା(୨୪) ବାଉଁଶପୋଖରୀ ପଂଚାୟତ ବରଡ଼ାପାଳ ଗ୍ରାମରେ ବିବାହ କରିଥିବା ନିଜ ଭଉଣୀ ଘରକୁ ରାକ୍ଷୀ ପିନ୍ଧିବା ପାଇଁ ଆସି କାମ ସାରି ନିଜ ବାଇକଯୋଗେ ଫେରିବା ସମୟରେ ସେହି ବରଡ଼ାପାଳ ଗ୍ରାମରେ କୌଣସି ଅଜଣା ଗାଡି ପିଟିଦେଇ ଫେରାର ହୋଇଯାଇଥିଲା ଫଳରେ ମୁଣ୍ଡ ଖୁବ ଯୋରରେ ପିଟି ହୋଇଯାଇ ମୁନା ବେହେରା ଗୁରୁତର ଆହତ ହୋଇଥିଲେ ଏବଂ ଗୁରୁତର ଆହତ ମୁନା କୁ ହିନ୍ଦୋଳ ଡାକ୍ତରଖାନା ଅଣାଯାଇଥିଲା ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ହିନ୍ଦୋଳ ପୋଲିସ ଶବଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜ୍ଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!