ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ କନ୍ତlମିଲା ଛକ ସ୍ଥିତ ଏକ ଜଳଖିଆ ଦୋକାନଘର ଗତକାଲି ରାତିରେ ପୋଡିଯାଇ ପ୍ରାୟ ୧ ଲକ୍ଷ ଟଙ୍କାର ଦୋକାନ ସରଞ୍ଜାମ ଭସ୍ମୀଭୂତ ହୋଇଯାଇଥିବା ଜଣାପଡ଼ିଛି।
ଖବରରୁ ପ୍ରକାଶ ଯେ ହିନ୍ଦୋଳ ଏନ ଏ ସି ନୂତନପାଟଣା ସାହିର ଭୋଳେଶ୍ଵର ସାହୁ କନ୍ତାମିଲା ଛକ ଠାରେ ପ୍ରାୟ ୨୦ ବର୍ଷ ହେବ ଏକ ଜଳଖିଆ ଦୋକାନ ଦେଇ ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ।
ଗତକାଲି ରାତିରେ ବେପାର ସାରି ନିଜ ଘରକୁ ଫେରିବାର କିଛି ସମୟପରେ ରାତ୍ର ପ୍ରାୟ ୧୦.୩୦ ମିନିଟ ସମୟ ହେବ ସେ ତାଙ୍କ ଦୋକାନ ଘର ପୋଡି ଯାଉଥିବା ନେଇ ଫୋନ ଯୋଗେ ଖବର ପାଇଥିଲେ। ତତକ୍ଷଣାତ ସେଠାକୁ ଯାଇ କେତେକ ସହଯୋଗୀଙ୍କ ସହ ମିଶି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ।
ହିନ୍ଦୋଳ ଦମକଳ ବାହିନୀ ସେଠାକୁ ଯାଇ ନିଆଁକୁ ଆୟତ କଲାବେଳକୁ ଦୋକାନ ଘରଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା। ଖବର ପାଇ ଆଜି ହିନ୍ଦୋଳ ବ୍ଲକ ଅଧକ୍ଷ ପ୍ରିୟରଞ୍ଜନ ମlହୁନ୍ତ ଘଟଣା ସ୍ଥଳରେ ପହଞ୍ଚି କ୍ଷତି ଗ୍ରସ୍ତ ଭୋଳେଶ୍ଵରଙ୍କୁ ୨୦୦୦ ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିବା ବେଳେ ଆଉ ୫୦୦୦ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ତାଙ୍କୁ ଏ ଯାଏଁ କୌଣସି ପ୍ରକାର ସାହାଯ୍ୟ ସହାୟତା ମିଳିପାରି ନଥିବା ଭୋଳେଶ୍ଵର ପ୍ରକାଶ କରିଛନ୍ତି।
ତାଙ୍କ ପରିବାରଟି ଅତ୍ୟନ୍ତ ଗରିବ ହୋଇଥିବାରୁ ସରକlରଙ୍କ ପକ୍ଷରୁ ତାଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅଞ୍ଚଳ ବlସି ଓ ଆଖ ପାଖ ବ୍ୟବସାୟୀ ନିବେଦନ କରିଛନ୍ତି।