News
WhatsApp Image 2023-10-04 at 17.25.00
samparksetu

ସରକାରୀ ରାସ୍ତା ନିର୍ମାଣ କୁ ଆଳୁସିଂ ଗ୍ରାମବାସୀ ଙ୍କ ବିରୋଧ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ଅଞ୍ଚଳରେ ଏକ ରାସ୍ତା ନିର୍ମାଣରେ ବାରମ୍ବାର ବାଧା ସୃଷ୍ଟି କରାଯାଉଥିବାରୁ ଅଞ୍ଚଳ ବାସୀ ହିନ୍ଦୋଳ ଉପ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ରାସ୍ତା ନିର୍ମାଣ ହେଲେ ଅଞ୍ଚଳର ୫ ଟି ପଞ୍ଚାୟତ ଅଧିବାସୀ ଉପକୃତ ହେବେ । ମାତ୍ର ନିଜ ସ୍ୱାର୍ଥ ଦୃଷ୍ଟିରୁ ରାସ୍ତାକୁ ବିରୋଧ କରୁଛନ୍ତି ଆଳୁସିଂ ଗ୍ରାମର କିଛି ନିର୍ଦ୍ଧିଷ୍ଟ ଅଞ୍ଚଳ ବାସୀ ।ହିନ୍ଦୋଳ ଏନଏସି ୱାର୍ଡନଂ-୧୫ ର ସିଙ୍କୋଳ,ଜାମ୍ମୁ ସାହି, ନୁଆସାହି, ବରଗୋଜ,କୁଳିଆତୋଟା ଓ ନୂଆପାଟଣା ଦେଇ ରାସୋଳ ଅଞ୍ଚଳ କୁ ସଂଯୋଗ କରୁଛି ,ଉକ୍ତ ରାସ୍ତା ଏବଂ ଅଞ୍ଚଳ ବାସୀ ଙ୍କ ଦୀର୍ଘ ଦିନର ଦାବି ପରେ ବିଧାୟିକା ଙ୍କ ଉଦ୍ୟମରେ ରାସ୍ତାଟି ଅନୁମୋଦିତ ହୋଇଥିବା ବେଳେ ଏବଂ ରାସ୍ତା କାର୍ଯ୍ୟ ଟେଣ୍ଡର ହୋଇ ରାସ୍ତା ନିର୍ମାଣ ହେବା ପାଇଁ ଆରମ୍ଭ ହେବା ବେଳକୁ ବିରୋଧ କରୁଛନ୍ତି ଅଳୁସିଂ ଗ୍ରାମର କିଛି ଅଧିବାସୀ ।

ଜନସାଧାରଣଙ୍କ ଅଭିଯୋଗ ଅନୁଯାଇ ଉକ୍ତ ପାଞ୍ଚ ଗ୍ରାମକୁ ମୁଖ୍ୟ ରାସ୍ତାଠାରୁ ସଂଯୋଗ କରୁଥିବା ରାସ୍ତାଟି ଆରଡି ବିଭାଗ ଚଳିତ ବର୍ଷ ପିଡବ୍ଲୁଡି ବିଭାଗକୁ ହସ୍ତାନ୍ତର କରି ଚଳିତ ବର୍ଷ ରାସ୍ତା ନିର୍ମାଣ ପାଇଁ ମୁଖ୍ୟ ରାସ୍ତାଠାରୁ ୮ କିମି ୭୦୦ମିଟର ମଧୁବନ ଠାରୁ ଆଳୁସିଂ ସ୍କୁଲ ଦେଇ ସିଙ୍କୋଳ ଗ୍ରାମ ପର୍ଯ୍ୟନ୍ତ ଟେଣ୍ଡର ହୋଇ ଜୈନିକ ଠିକାଦାର କାମଟି କରୁଅଛନ୍ତି ।

ମାତ୍ର ୧୫ନଂ ୱାର୍ଡର କିଛି ନ୍ୟସ୍ତ ସ୍ୱାର୍ଥପର ବ୍ୟକ୍ତି ଗ୍ରାମର ମହିଳା ମାନଙ୍କୁ ସାମ୍ନାରେ ରଖି ରାସ୍ତା ନିର୍ମାଣରେ ବାରମ୍ବାର ବାଧା ଉପଜାଉଛନ୍ତି ପୂର୍ବରୁ ମଧ୍ୟ ହିନ୍ଦୋଳ ଏନଏସି ତରଫରୁ ବହୁଥର ଆଳୁସିଂ ଗ୍ରାମ ଠାରୁ ସ୍କୁଲଦେଇ ବରଗୋଜ, କୁଳିଆତୋଟା ଦେଇ ରାସ୍ତାନିର୍ମାଣ ଉଦ୍ୟମ କରାଯାଇଥିଲେ ମଧ୍ୟ ନିର୍ମାଣ ହୋଇପାରୁନି ।

ଯଦିଓ ରାସ୍ତା ପାଇଁ ଉକ୍ତ ଅଞ୍ଚଳ ଦେଇ ସରକାରୀ ରେକର୍ଡ ରାସ୍ତା ରହିଅଛି ଅଞ୍ଚଳ ବାସୀଙ୍କ ଅଭିଯୋଗ କୁ ଭିତ୍ତି କରି ହିନ୍ଦୋଳ ତହସିଲଦାର ଙ୍କ ପକ୍ଷରୁ ଆଜି ରାସ୍ତା ମାପ ହେବା ପାଇଁ କର୍ମଚାରୀ ଯାଇଥିବା ବେଳେ ରାସ୍ତାଟି ସମ୍ପୂର୍ଣ୍ଣ ସରକାରୀ ଥିବା ସେମାନେ ଜାଣିବାକୁ ପାଇଥିଲେ,ରାସ୍ତା ମାପହେବା ଆରମ୍ଭରୁ କିଛି ମହିଳା ବିଭିନ୍ନ ପ୍ରକାର ଆଳ ଦେଖାଇ ମାପ କାର୍ଯକୁ ବନ୍ଦ କରିଥିବା ଦେଖିବାକୁ ମିଳିଛି ।

ଏହି ସମସ୍ୟାର ଯଥାଶୀଘ୍ର ଆଗାମୀ ଦିନଶମଧ୍ୟରେ ସମାଧାନ କରାଯାଉ ଏବଂ ହିନ୍ଦୋଳ ଏନଏସି କର୍ତୃପକ୍ଷ ଯଦି କୌଣସି ସମାଧାନ ହୋଇ ନପାରିଲା କିମ୍ବା ରାସ୍ତା ନିର୍ମାଣ ନହୋଇ ପାରିଲା ତେବେ ସମ୍ପୃକ୍ତ ଅଂଚଳର ଅଧିବାସୀ ମାନେ ରାଜରାସ୍ତାକୁ ଉହ୍ଲାଇବା ସହ ସମାଧାନ ହେବା ପର୍ଯ୍ୟନ୍ତ ଆନ୍ଦୋଳନାତ୍ମକ ପନ୍ଥା କରିବେ ବୋଲି ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।

new life
You might also like
error: Content is protected !!