News
WhatsApp Image 2023-10-04 at 17.25.00
samparksetu

କୂଅରେ ପଡ଼ି ମହିଳା ମୃତ, ପରିବାର ଆଣିଲା ହତ୍ୟା ଅଭିଯୋଗ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଜଣେ ବଧୂଙ୍କ ମୃତ୍ୟୁ ଘଟିଛି ,ତେବେ ତାଙ୍କର ମୃତ୍ୟୁ ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁଯାୟୀ ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଅସରଡ଼ା ଗ୍ରାମପଞ୍ଚାୟତ ଅସରଡ଼ା ଗ୍ରାମ ର ଦିପୁ ସାହୁ ଙ୍କ ସ୍ତ୍ରୀ ସ୍ଵାଗତିକା ସାହୁ (୩୨) ଗତ ଦୁଇ ଦିନ ତଳେ ନିଖୋଜ ନେଇ ଶ୍ୱଶୁର ପ୍ରଫୁଲ୍ଲ ସାହୁ ଶୁକ୍ରବାର ବାଲିମି ଥାନା ରେ ବୋହୁ ନିଖୋଜ ନେଇ ଅଭିଯୋଗ କରିବା ପରେ ବାଲିମି ପୋଲିସ ତଦନ୍ତ ଜାରି ରଖିଥିଲେ ।ଶନିବାର ସକାଳ ୯ ଘଟିକା ସମୟ ରେ ମୃତ୍ୟୁଦେହ କୂଅରେ ଭାସୁଥିବା ଖବର ପାଇ ପ୍ରଫୁଲ୍ଲ ଙ୍କ ନିଜ ବାଡ଼ିରେ ଥିବା ଖୋଲା କୂଅ ରୁ ସ୍ଵାଗତିକାଙ୍କ ମୃତ ଦେହ ବାଲିମି ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କରିଥିଲେ ।

ସ୍ଵାଗତିକାଙ୍କ ବାପା ଘର ଲୋକ ତାଙ୍କ ଝିଅକୁ ହତ୍ୟା କରି ଶଶୁର ଘର ଲୋକ କୂଅରେ ପକାଇଦେଇଥିବା ବାଲିମି ଥାନାରେ ଅଭିଯୋଗ କରିଛନ୍ତି । ବାଲିମି ପୋଲିସ ଶବ ଜବତକରି ବ୍ୟବଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନା କୁ ପଠାଇବା ସହ କେଶ ନଂ ୨୮୪ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି । ସ୍ଥାନୀୟ ଜନସାଧାରଣଙ୍କ ଆଲୋଚନା ଓ ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ ଯେ ,ଶଶୁର ଘର ଲୋକ ସ୍ଵାଗତିକାଙ୍କୁ ସବୁବେଳେ ନିର୍ଯ୍ୟାତନା ଦେଇ ଆସୁଥିଲେ ଓ ମାର ଧର କରୁଥିବା ନେଇ ସ୍ଵାଗତିକା କହୁଥିଲେ ।

ତେବେ ସ୍ଵାଗତିକାଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ଦେଖା ଦେଇଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ସମସ୍ତେ ସନ୍ଦେହ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!