News
WhatsApp Image 2023-10-04 at 17.25.00
samparksetu

ଚାରି ଦିନ ହେଲା ଘରୁ ଫେରାର ଥିବା ପ୍ରେମିଯୁଗଳ ପିଇଲେ ବିଷ

ପୁରୁଣା କଟକ-ସମ୍ବଲପୁର ରାସ୍ତାର ସାତମାଇଲ ଛକ ନିକଟସ୍ଥା ରାସ୍ତା ପାର୍ଶ୍ୱ ରେ ୨୧ ତାରିଖ ବୁଧବାର ସକାଳୁ ୨ ଜଣ ଯୁବକ ଓ ଯୁବତିଙ୍କୁ ମୁର୍ମୁଶ ଅବସ୍ତାରେ ଉଦ୍ଧାର କରାଯାଇ ନିକଟ ରାସୋଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତର କରାଯାଇଥିବା ଏବଂ ଅବସ୍ଥା ଗୁରୁତର ଥିବାରୁ ଉଭୟ ଙ୍କୁ ଅନୁଗୁଳ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ , ହିନ୍ଦୋଳ ଥାନା ଅନ୍ତର୍ଗତ ସାତମାଇଲ ବାଘଧରିଆ ଦେଇ ଯାଇଥିବା ପୁରୁଣା କଟକ ସମ୍ବଲପୁର ରାସ୍ତାର ପାର୍ଶ୍ଵରେ ସକାଳ ୭ ଟା ସମୟରେ ଦୁଇଜଣ ଯୁବକ ଯୁବତି ବାନ୍ତିକରି ଏକାଠି ମୁର୍ମୁଶ ଅବସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା ଏବଂ ଉଭୟ ପାଖରେ ୨ ଟି ବିଶାକ୍ତ କିଟନାଶକ ଔଷଧ ବୋତଲ ଖୋଲା ପଡିଥିବାରୁ ଏମାନେ ଏହା ଖାଇ ଗୁରୁତର ଥିବା ଅନୁମାନ କରାଯାଏ । ଉଭୟ ଏକ ବାଇକରେ ଆସି ଏଠାରେ ପଡିରହିଥିବା ଦେଖିବାକୁ ମିଳିଥିଲା । ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣପୁର ଗ୍ରାମର ଚିଲା ନାଥ ଙ୍କ ପୁଅ ବିକାଶ ନାଥ ନିକଟସ୍ଥ କଂସରା ପଂଚାୟତ ଗୋବର୍ଧନ ପୁର ଗ୍ରାମର ଜନୈକ ଝିଅକୁ ଭଲପାଉଥିଲେ ଉଭୟ ବିବାହ କରିବା ପାଇଁ ଯୋଜନା କରିଥିବା ବେଳେ ବିବାହ ପାଇଁ ତାଙ୍କୁ ପାରିବାରିକ ସ୍ୱୀକୃତି ମିଳିନଥିଲା ଶେଷରେ ଗତ ଶନିବାର ଉଭୟ ଘରୁ ପଳାଇ ଯାଇଥିଲେ ଘଟଣାର ଚାରି ଦିନ ପରେ ଉଭୟ ପ୍ରେମିଯୁଗଳ ଆସି ସାତମାଇଲ ନିକରରେ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ରାସ୍ତା କଡରେ ମୁର୍ମୁଷ ଅବସ୍ଥା ରେ ପଡିରହିଥିବା ବେଳେ କେତେକ ସ୍ୱଛାସେବୀ ସହଯୋଗରେ ୧୦୮ ଯୋଗେ ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିବା ସମୟରେ ଉଭୟ ଗୁରୁତର ଥିବାରୁ ଡାକ୍ତର ଙ୍କ ନିର୍ଦେଶ କ୍ରମେ ତାଙ୍କୁ ଅନୁଗୁଳ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା ଉଭୟ ଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ଡାକ୍ତର ଖାନାକୁ ପଠାଯାଇଛି ।

new life
You might also like
error: Content is protected !!