ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସବଡ଼ିଭିଜନର ବିଭିନ୍ନ ସ୍ଥାନରେ ଆଜି ୭୩ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ ନିୟମାନୁଯାୟୀ ଅତି ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଅଛି । ସକାଳ ଆଠ ଘଟିକା ସମୟରେ ହିନ୍ଦୋଳ ଏସ ଡି ଏମ କୋର୍ଟର ବିଚାରପତି ଶ୍ରୀମତୀ ସ୍ନିଗ୍ଧା ପଣ୍ଡାଙ୍କ ଦ୍ୱାରା କୋର୍ଟ ପରିସରରେ ପତାକା ଉତୋଳନ କରାଯାଇଥିବା ବେଳେ ୮.୪୫ ମିନିଟ ସମୟରେ ହିନ୍ଦୋଳ ଉପଖଣ୍ଡ ଖେଳ ପଡିଆରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ରଙ୍କ ଦ୍ୱାରା ପତାକା ଉତ୍ତଳୋନ କରାଯାଇ ବିଭିନ୍ନ ବିଭାଗର ସ୍ବେଛାସେବୀ ମାନଙ୍କୁ ମାନପତ୍ର ଓ ଉତ୍ତରୀ ମାଧ୍ୟମରେ ସଂମ୍ମାନୀତ କରାଯାଥିଲା ।
ହିନ୍ଦୋଳ ଏନ ଏ ସି ର ବରିଷ୍ଠ କାଉନସିଲର ପ୍ରଦ୍ୟୁମ୍ନ ବେହେରା, ଶ୍ୟାମଘନ ଭୁତିଆ, ଏନାୟତ ଖାଁ, ବିଜୟ ଦାସ, ତପନ ପରିଡା, ନିର୍ବାହୀ ଅଧିକାରୀ ଏସ ଶ୍ରୀନିବାସ ଙ୍କ ଓ ଅନ୍ୟାନ୍ୟ କାଉନସିଲର ଙ୍କ ଗହଣରେ ଉପାଧ୍ୟକ୍ଷ ଟିମା ବେହେରା ପତ୍ତାକା ଉତ୍ତୋଳନ କରିଥିଲେ।
ସେହିପରି ଉପକାରାଗାର ଅଧିକାରୀଣି ସରସ୍ବତୀ ବେହେରାଙ୍କ ଦ୍ୱାରା ହିନ୍ଦୋଳ ଉପକାରାଗାରରେ ପତାକା ଉତ୍ତୋଳନ କରାଯାଇଥିବା ବେଳେ,ବନମାଲିପୁର ସ୍କୁଲରେ ଅଂଚଳର ବରିଷ୍ଠ ନେତା କାଉନସିଲର ପ୍ରଦ୍ୟୁମ୍ନ ବେହେରା, ଅମଲାପଡା ସରକାରୀ ବିଦ୍ୟାଳୟ ରେ ଚେୟାରମ୍ୟାନ ପ୍ରକାଶ ଚନ୍ଦ୍ର ନାୟକଙ୍କ ଦ୍ୱାରା ପତାକା ଉତୋଳନ କରାଯାଇଥିଲା ।
ହିନ୍ଦୋଳ ସାମ୍ବାଦିକ ସଂଘରେ ମଧ୍ୟ ସଂଘର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା !