News
WhatsApp Image 2023-10-04 at 17.25.00
samparksetu

ମନ୍ଦିର ପରିସର ପାଲଟିଛି ମଦ୍ୟପଙ୍କ ଆଡ୍ଡା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ରଘୁବୀର ମନ୍ଦିର ପରିସରରେ କିଛି ଅସାମାଜିକ ବ୍ୟକ୍ତି ଏବଂ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ମନ୍ଦିର କମିଟି ଏବଂ ପୂଜକ ମାନଙ୍କ ତରଫରୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ହିନ୍ଦୋଳ ଥାନାଅଧିକାରୀ ନିରବ ଦ୍ରଷ୍ଟା ସାଜିଥିବାରୁ ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ମନ୍ଦିରରୁ।ଚୋରୀ କରିଥିବାର ଅଭିଯୋଗ ହୋଇଛି ।

ଶ୍ରୀ ଶ୍ରୀ ରଘୁବୀର ମନ୍ଦିର ଓ ରାମେଶ୍ୱର ମନ୍ଦିର ପୂଜକ ଏବଂ ସେବାୟତ,ମନ୍ଦିର ଟ୍ରଷ୍ଟି ଙ୍କ ଅଭିଯୋଗ ଅନୁସାରେ ଶନିବାର ରାତିରେ ମନ୍ଦିରରରୋଷଘର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ଗ୍ୟାସ ସିଲିଣ୍ଡର ,ଚାଉଳ,ଡାଲି ସହିତ ନଗଦ ୧ହଜାର ୭୬୦ଟଙ୍କା ଦୁର୍ବୃତ୍ତ ମାନେ ଚୋରୀ କରିନେଇଛନ୍ତି ।

ପୂର୍ବରୁ ମଧ୍ୟ ମନ୍ଦିରର ସମ୍ମୁଖରୁ ଗ୍ରିଲ ଭାଙ୍ଗି ଚୋରୀ ଉଦ୍ୟମ ହୋଇଥିଲା ।ଦିନକୁ ଦିନ ମନ୍ଦିର ପରିସରରେ ଅସାମାଜିକ ବ୍ୟକ୍ତିମାନେ ନିଶାସକ୍ତ ଅବସଘରେ ମନ୍ଦିରରେ ନିଶା ସେବନ କରିବା ସହିତ ମନ୍ଦିର ପୂଜା କାର୍ଯ୍ୟରେ ଓ ଭକ୍ତମାନଙ୍କୁ ଅସଦ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । କିନ୍ତୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ହିନ୍ଦୋଳ ଥାନା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଦିନକୁ ଦନି ସମସ୍ୟା ଜଟିଳ ହେଉଛି ତୁରନ୍ତ ଦୋଷୀ ମାନଙ୍କୁ ଗିରଫ କରିବା ସହିତ ରାତ୍ରକାଳୀନ ପାଟ୍ରୋଲିଂ କରାଗଲେ ସମସ୍ୟା ସୁଧୁରିବ ବୋଲି ଲିଖିତ ଭାବରେ ଅଭିଯୋଗ ହୋଇଛି ।

new life
You might also like
error: Content is protected !!