News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ଗଲା ଜୀବନ

ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ମାତ୍ର କୌଣସି ପ୍ରତିକାର ବ୍ୟବସ୍ଥା କାମ ଦେଉ ନାହିଁ । ବନବିଭାଗ ଏକ ପ୍ରକାର ଏଠାରେ ଫେଲ ମାରିଛି ।

ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟା ପାଞ୍ଚ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ବନାଞ୍ଚଳର ଠୋକର ପଂଚାୟତର ଗୌରଚନ୍ଦ୍ର ସାମଲ(୪୮) ନୂଆଗାଁର ନିକଟସ୍ଥ କାଜୁ ବଗିଚା ପାଖକୁ ଯାଇ ଯାଇଥିବା ସମୟରେ ଏକବଣୁଆ ହାତୀ ହାବୁଡ଼ରେ ପଡିଯାଇଥିଲେ ଏବଂ ଉତ୍ୟକ୍ତ ହାତୀ ଗୌରଙ୍କୁ ଟେକି କଚାଡି ଦେବା ସହ ପାଦରେ ଦଳି ଦେଇଥିଲା ।

ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଆବଶ୍ୟକ କ୍ଷତିପୂରଣ ମିଳିବ ବୋଲି କହିଥିଲେ ଏବଂ ବାଲିମି ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଦକ୍ଷେପ ନେଇଛନ୍ତି ।

ସୂଚନା ଥାଉକି , ଏଇ କିଛିଦିନ ମଧ୍ୟରେ ହିନ୍ଦୋଳ ବ୍ଲକରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୨୧ରେ ପହଂଚିଛି ।

new life
You might also like
error: Content is protected !!