News
WhatsApp Image 2023-10-04 at 17.25.00
samparksetu

ସ୍ବାମୀ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର ସରୋଜିନୀ ନାଏକ ତାଙ୍କ ସ୍ୱାମୀ ପ୍ରଶାନ୍ତ ନାଏକ ଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର ସରୋଜିନୀ ନାଏକ ଏବଂ ତାଙ୍କ ସ୍ୱାମୀ ପ୍ରଶାନ୍ତ ନାଏକ ଙ୍କ ମଧ୍ୟରେ ଅନେକ ଦିନ ଧରି ଘରୋଇ କଳହ ଲାଗିରହିଥିଲା।

ତାଙ୍କ ସ୍ୱାମୀ ପ୍ରତ୍ୟେକ ଦିନ ବିନା କାରଣରେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରନ୍ତି ବୋଲି ସରୋଜିନୀ ଅଭିଯୋଗ କରିଛନ୍ତି। ଏମିତିକି ଜୀବନରୁ ତାଙ୍କୁ ମାରିଦେବାକୁ ଧମକ ଦେଉଥିବା ମଧ୍ୟ ସେ କହିଛନ୍ତି। ତାଙ୍କୁ ପ୍ରତ୍ୟେକ ଦିନ ବିନା କାରଣରେ ତାଙ୍କ ସ୍ୱାମୀ ପ୍ରଶାନ୍ତ ନାଏକ ମଦ୍ୟପାନ କରି ଗାଳିଗୁଲଜ କରନ୍ତି ଏବଂ ମାଡ଼ ମଧ୍ୟ ମାରନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରି ଧକ୍କା ଦେଇ ୫ ମାସ ରୁ ଅଧିକ ଦିନ ହେଲାଣି ଘରୁ ବାହାର କରିଦେଇଛନ୍ତି। ଧକ୍କା ମାରି ଘରୁ ବାହାର କରିଦେଇ ତାଙ୍କ ନାମରେ ତାଙ୍କ ସ୍ୱାମୀ ଯେଉଁ ମିଥ୍ୟା ପ୍ରଚାର କରୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରୋଜିନୀ ଆରକ୍ଷୀ ଅଧିକ୍ଷକ ଢେଙ୍କାନାଳ ଙ୍କୁ ନିବେଦନ କରିଛନ୍ତି।

new life
You might also like
error: Content is protected !!