News
WhatsApp Image 2023-10-04 at 17.25.00
samparksetu

ବିଚାରଧୀନ କଏଦୀ ଙ୍କର ସନ୍ଦେହ ଜନକ ମୃତ୍ୟୁ !

ହିନ୍ଦୋଳ ଉପକାରାଗାର ରେ ବିଚାରଧୀନ ଥିବା ଜଣେ ଅଭିଯୁକ୍ତ ଙ୍କର ଗତକାଲି ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି l ଏହାକୁ ନେଇ ଅଂଚଳରେ ଚାପା ଉତେଜନା ଦେଖା ଯାଇଛି l

ସୂଚନା ଅନୁଯାୟୀ , ଗତ ୨୦୨୩ ମସିହା ଡିସେମ୍ବର ମାସରେ ହିନ୍ଦୋଳ ଏନ ଏ ସି ଅନ୍ତର୍ଗତ ରୁପାଲି ଗ୍ରାମର ବିଜୟ ନାଏକ ଓ ତାଙ୍କ ପୁତ୍ର ଜିତୁ ନାଏକ ନିଜ ଜ୍ୱାଇଁ ସାଗର ବାରିକ ଙ୍କୁ ହତ୍ୟା କରି ଲୁଚେଇ ପୋଡି ଦେଇଥିଲେ l ଏହି ଘଟଣା କୁ ନେଇ ସାଗରଙ୍କ ମାମୁଁ ହିନ୍ଦୋଳ ଥାନାରେ ଅଭିଯୋଗ କରିଥିଲେ l

ହିନ୍ଦୋଳ ପୋଲିସ ଗତ ଜାନୁଆରୀ ୩ ତାରିଖରେ ଉଭୟ ବାପା ପୁଅ ଙ୍କୁ ଗିରଫ କରି କୋର୍ଟକୁ ପଠାଇ ଦେଇଥିଲେ l ପରେ ଜାମିନ ନାକଚ ହୋଇଯିବା ଯୋଗୁଁ ଦୁହିଁଙ୍କୁ ଜେଲ ହାଜତକୁ ପଠାଇ ଦିଆ ଯାଇଥିଲା l ସେହି ଦିନଠାରୁ ସେମାନେ ବିଚାରଧୀନ ଅଭିଯୁକ୍ତ ଭାବେ ଜେଲ ହଜତରେ ରହିଥିଲେ l କଲି ସଂଧ୍ୟା ସମୟରେ ବିଜୟ ଅସୁସ୍ଥ ହୋଇ ଯିବାରୁ ତାଙ୍କୁ ହିନ୍ଦୋଳ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା l ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଏହା ଜାଣିବା ପରେ କିଛି ଗ୍ରାମ ଲୋକ ମେଡିକାଲ କୁ ଆସି ପାଟିତୁଣ୍ଡ କରିଥିଲେ l ପରେ ପୋଲିସ ପହଂଚି ସମସ୍ତ ଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା l

new life
You might also like
error: Content is protected !!