News
WhatsApp Image 2023-10-04 at 17.25.00
samparksetu

ବଜାର ମଧ୍ୟରେ ବିପଦପୂର୍ଣ୍ଣ ଡ୍ରେନ

ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ହିନ୍ଦୋଳରୋଡ ବଜାର ଧ୍ୟରେ ନିର୍ମାଣଧୀନ ଡ୍ରେନ କାର୍ଯ୍ୟ ଶେଷନହୋଇ ଦୀର୍ଘସମୟ ଧରି ଅଧାପାନ୍ତରିଆ ହୋଇ ପଡ଼ିଥିବାରୁ ହିନ୍ଦୋଳ ରୋଡ ବଜାର ଵ୍ୟବସାୟୀ ତଥା ବଜାରକୁ ଯିବା ଆସିବା କରୁଥିବା ଲୋକମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

ଡ୍ରେନ ଉପରେ ସମ୍ପୂର୍ଣ୍ଣ ସ୍ଲାପ୍ ପକାଇ ଘୋଡାଇବା କଥା କିନ୍ତୁ ଡ୍ରେନ ନିର୍ମାଣ କରୁଥିବା ଠିକାଦାର କିଛି କିଛି ସ୍ଥାନରେ ସ୍ଲାପ୍ ନପକାଇ ଖୋଲା ମେଲା ଛାଡ଼ି ଚାଲି ଯାଇଛନ୍ତି ।ଯାହା ଫଳରେ ସେହି ଖୋଲା ମେଲା ଡ୍ରେନ ମଧ୍ୟରେରେ ଲୋକମାନେ ପଡି ଆହତ ହେଉଥିବା ବେଳେ ଗେରୁ ଗାଇ ପଡି ମୃତ୍ୟୁ ବରଣ କରୁଥିବା ଦେଖିବାକୁ ମିଳିଛି। ହିନ୍ଦୋଳ ରୋଡ ବଜାର ମଧ୍ୟରେ ଥିବା ଓଡ଼ାପଡ଼ା ପଞ୍ଚାୟତ ସମିତି ସମ୍ମୁଖ ରାସ୍ତା, ଓଡ଼ାପଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପ୍ରାଣୀ ଚିକିତ୍ସାଳୟ ସମ୍ମୁଖ ରାସ୍ତା ହିନ୍ଦୋଳ ରୋଡ ବସ୍ ଷ୍ଟାଣ୍ଡ ସମ୍ମୁଖ ରାସ୍ତା, ଶନିବାର ସାପ୍ତାହିକ ହାଟ ସମ୍ମୁଖ ରାସ୍ତା ରେ ପ୍ରାଶାସନିକ ଅଧିକାରୀ ମାନେ ଯାତାୟାତ କରୁଥିବା ଵେଳେ ସବୁ ଦେଖି ନଦେଖିଲା ପରି ଚୁପଚାପ୍ ରହିବା ଜନସାଧାରଣ ଙ୍କ ସମସ୍ୟା ଦିନକୁ ଦିନ ବଢି ବଢି ଯାଉଛି। ବଜାର ମଧ୍ୟରେ କୈାଣସି ଲାଇଟ୍ ବ୍ୟବସ୍ଥା ନଥିବା ବେଳେ ଅନ୍ଧାରରେ ଲୋକ ମାନେ ମୁକୁଳା ଡ୍ରେନ ଖାଲ ଖମଣା ରେ ପଡ଼ି ଆହତ ହେଉଥିବା ଅଭିଯୋଗ ହୋଇଛି।

୫୫ ନଂ ଜାତୀୟ ରାଜପଥ ହିନ୍ଦୋଳ ରୋଡ଼ ବଜାର ର ଦୁଇ ପାର୍ଶ୍ୱରେ ଥିବା ସର୍ଭିସ୍ ରୋଡ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡ଼ିଥିବାରୁ ଵ୍ୟବସାୟୀ ତଥା ଜନସାଧାରଣ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ତୁରନ୍ତ ସର୍ଭିସ ରୋଡ ସମ୍ପୂର୍ଣ୍ଣ କରିବା ସହିତ ଖୋଲା ମେଲା ଡ୍ରେନ ଉପର ଘୋଡ଼ଣି ପକାଇବା ପାଇଁ ବଜାର କମିଟି ସଭାପତି ରବିନାରାୟଣ ବେହେରା ସଂପାଦକ ରଣଜିତ ନାୟକ,ଅନନ୍ତ ଚରଣ ସାହୁ ବିଶ୍ଵଜିତ ଦେହୁରୀ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି।

new life
You might also like
error: Content is protected !!