News
WhatsApp Image 2023-10-04 at 17.25.00
samparksetu

ପାଣି ସମସ୍ୟା ନେଇ କାରନ୍ଦା ଗ୍ରାମବାସୀ ଙ୍କ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କାରାନ୍ଦା ଗ୍ରାମ ପଞ୍ଚାୟତ କାରନ୍ଦା ଗ୍ରାମର ସିଜୁବଣିଆ ଓ ରଗଡ଼ି ସାହି ବସ୍ତି ବାସିନ୍ଦା ପାନୀୟ ଜଳ ଅଭାବ ନେଇ ଆଜି ସକାଳେ ଗୁଡ଼ିଆକାଟେଣି ହିନ୍ଦୋଳ ରାଜରାସ୍ତାର ତାରିଣୀ ଛକ କାରନ୍ଦା ଠାରେ ସକାଳ ୬ଘଟିକା ସମୟରୁ ରାସ୍ତା କୁ ଅବରୋଧ କରିଥିଲେ l

ବସ୍ତିର ଶତାଧିକ ପୁରୁଷ, ମହିଳା ଗରା, ବାଲ୍ଟି ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ଯିବା ଯୋଗୁ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସୂଚନା ଅନୁଯାୟୀ ,ଉଭୟ ବସ୍ତିରେ ୩୦୦ ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା ପ୍ରାୟ ୧୫୦୦ ରୁ ଅଧିକ ହେବ l ଏତେ ଲୋକଙ୍କ ପାଇଁ ବସ୍ତିରେ ମାତ୍ର ୪ଟି ନଳକୂଅ ଥିବା ବେଳେ ୨ଟି ସଚଳ ଓ ୨ଟି ଅଚଳ । ଯେଉଁ ଦୁଇଟି ସଚଳ ତାହା ଏତେ ସଂଖ୍ୟକ ଲୋକଙ୍କୁ ପାଣି ଯୋଗାଇବା କୁ ଅସମର୍ଥ। ବସ୍ତି ଠାରୁ ପ୍ରାୟ ୩ କିମି ଦୂରରେ ଥିବା ଏକ ଖୋଲା କୂଅରୁ ରାତିରୁ ଲମ୍ବା ଲାଇନ ରେ ଛିଡା ହୋଇ ପାଣି ପାଇଁ ଭିଡ ଲଗାନ୍ତି ବସ୍ତି ବାସିନ୍ଦା। ଅଞ୍ଚଳରେ ହାତୀର ପାଦୃଭାବ ରହିଥିବା ବେଳେ ଜୀବନ କୁ ବାଜି ଲଗାଇ ଭୋର ସମୟରୁ ଗରା ବାଲିତି ଧରି ଲାଇନି ରେ ଛିଡା ହୋଇ ପାଣି ଆଣିଥାନ୍ତି ବସ୍ତି ବାସିନ୍ଦା। ଗାଈ ଗୋରୁ ଛେଳି ମେଣ୍ଢା ପ୍ରଭୃତି ଗୃହପାଳିତ ପଶୁ ଙ୍କ କଥା ନ କହିବା ଭଲ l ରାଜ୍ୟରେ ତାପମାତ୍ରା ଚାଳିଶ ଡିଗ୍ରୀ ଉପରେ ଥିବା ବେଳେ ପାଣି ଟୋପାଏ ପାଇଁ ସଭିଏ ଡହଳ ବିକଳ l ବସ୍ତିରେ ପାଣି ସମସ୍ୟା ନେଇ ରମା ପ୍ରଧାନ, ଚୁମ୍ବକ ସାହୁ, କୁମୁଦିନୀ ସାହୁ, ଦୁର୍ମନ ସାହୁ, ମିଥୁନ ସାହୁ, ପର୍ଶୁରାମ ମୁଦୁଲି, ସଦାନନ୍ଦ ବେହେରା ପ୍ରମୁଖ ସ୍ଥାନୀୟ ସରପଞ୍ଚ, ବିଡ଼ିଓ ଓ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାବତ୍ କୌଣସି ସମାଧାନ ନ ହେବାରୁ ବସ୍ତି ବାସିନ୍ଦା ଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି। ରାସ୍ତା ରୋକ ନେଇ ଖବର ପାଇବା ପରେ ରାସୋଳ ଥାନା ଅଧିକାରୀ ବିଧୁଭୂଷଣ ମିଶ୍ର, ହିନ୍ଦୋଳ ତହସିଲଦାର ଦିଲ୍ଲୀପ ସେଠୀ, ପାନୀୟ ଜଳ ବିଭାଗ ଯନ୍ତ୍ରୀ ସୂର୍ୟକାନ୍ତି ସ୍ୱାଇଁ, କାରନ୍ଦା ସରପଞ୍ଚ ଦୁଷ୍ମନ୍ତ ନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଁଚି ସମସ୍ୟାର ସମାଧାନ ତୁରନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେବାପରେ ସକାଳ ପ୍ରାୟ ୯ ଘଟିକା ରେ ରାସ୍ତା ରୋକ ହଟିଥିଲା।

new life
You might also like
error: Content is protected !!