News
WhatsApp Image 2023-10-04 at 17.25.00
samparksetu

ପରିଣତ ବୟସରେ ମିଳୁନି ସରକାରୀ ସହାୟତା

ହିନ୍ଦୋଳ ବ୍ଲକ ନବକିଶୋରପୁର ପଞ୍ଚାୟତ ଖଇରାବାହାଳୀ ଗ୍ରାମର ଜଣେ ୭୨ ବର୍ଷର ବୃଦ୍ଧଙ୍କୁ ଭତ୍ତା କିମ୍ବା ଆବାସ ଯୋଜନାରେ ଘର ମିଳିନଥିବାର ଜଣାପଡିଛି । ଖଇରାବାହାଳୀ ଗ୍ରାମର ଅନୁରୋଧ ନାଏକ ଗତ ୧୯୫୦ ମସିହା ଅକ୍ଟୋବର ୧୦ ତାରିଖରେ ଜନ୍ମ ନେଇଥିବା ବେଳେ ବର୍ତ୍ତମାନ ତାଙ୍କୁ ୭୨ ବର୍ଷ ବୟସ ହେଲାଣି ।

ତାଙ୍କୁ ସରକାରଙ୍କ ତରଫରୁ ଭତ୍ତା କିମ୍ବା ଘରଟିଏ ପାଇଁ ବାରମ୍ବାରଅନୁରୋଧ ସତ୍ତ୍ୱେ ମଧ୍ୟ ମିଳୁନାହିଁ । ନିଜର ଦୁଇ ପୁଅ ଓ ଝିଅ ବାହାଘର ପରେ ବୃଦ୍ଧା ପତ୍ନୀଙ୍କ ସହିତ ଭଙ୍ଗା ଦଦରା ଘରେ ରହୁଥିବା ବେଳେ ବାରମ୍ବlର ଦାବି କଲେ ମଧ୍ୟ ସରକାରଙ୍କ ତରଫରଚୁ ତାଙ୍କୁ ସରକାରୀ ସହାୟତା ନିଳୁନଥିବାର ସେ ପ୍ରକାଶ କରିଛନ୍ତି ।

୨ପୁଅ ମୂଲ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବାରୁ ପରିବାର ଚଳାଇବା କଷ୍ଟକର ହେଉଛି ,ତୁରନ୍ତ ସରକାର ଙ୍କ ତରଫର ତାଙ୍କୁ ଘର ଏବଂ ଭତ୍ତ। ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।

new life
You might also like
error: Content is protected !!